scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୂର୍ବୋତ୍ତରର ପ୍ରଥମ ଏୟାରଲାଇନ, ଜେଟ୍‌ୱିଙ୍ଗ୍ସ ଏୟାରୱେଜ୍‌କୁ ମିଳିଲା କେନ୍ଦ୍ରର ଅନୁମତି

14/06/2023 at 9:24 PM

Jettwings Airways

ନୂଆଦିଲ୍ଲୀ, ୧୪/୦୬: ବିମାନ ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଏବେ ବିମାନ ଯାତ୍ରୀ ଆଉ ଏକ ନୂଆ ବିମାନରୁ ଭରିପାରିବେ ଉଡ଼ାଣ। ଖୁବଶୀଘ୍ର ପୂର୍ବୋତ୍ତରରେ ଉଡ଼ାଣ ସେବା ଆରମ୍ଭ କରିବାକୁ ଯାଉଛି ଜେଟ୍‌ୱିଙ୍ଗ୍ସ ଏୟାରୱେଜ୍‌। ଏଥିପାଇଁ କମ୍ପାନିକୁ ବିମାନ ଉଡ଼ାଣ ପାଇଁ ଏୟାର ଟ୍ରାଫିକ୍‌ ଏନଓସି ମିଳିସାରିଛି। ତେବେ ସବୁକିଛି ଠିକ୍‌ ରହିଲେ ଏୟାରଲାଇନ୍‌ ଅକ୍ଟୋବରରୁ ଉଡ଼ାଣ ଆରମ୍ଭ କରିବ। ଆଉ ଜେଟଓ୍ବିଙ୍ଗ୍ସ ଏଭଳି ପ୍ରଥମ କମ୍ପାନି ହେବ ଯାହା ପୂର୍ବୋତ୍ତରରେ ବିମାନ ପରିଚାଳନା କରିବାରେ ଦେଶର ପ୍ରଥମ କମ୍ପାନି ହେବ।

ସୂଚନା ଅନୁଯାୟୀ, ଗୌହାଟୀର ଏହି ଏୟାରଲାଇନ କମ୍ପାନି ଡିଜିସିଏ ଠାରୁ ସବୁ ନିୟାମକ ଅନୁମତି ଏବଂ ଏନଓସି ନେଇସାରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ସରକାରଙ୍କ UDAN ସ୍କିମ୍‌ ଅନୁଯାୟୀ ଦେଶର ପୂର୍ବୋତ୍ତର ଏବଂ ପୂର୍ବାଞ୍ଚଳର ବିଭିନ୍ନ ସ୍ଥାନକୁ ଉଡ଼ାଣ ସୁବିଧା ଯୋଗାଇବ। ଯାତ୍ରୀଙ୍କୁ ଉତ୍ତମ ସେବା ଏବଂ ଆରାମଦାୟକ ଯାତ୍ରା ପ୍ରଦାନ କରିବ ବୋଲି କହିଛି ଜେଟଓ୍ବିଙ୍ଗ୍ସ ଏୟାରଓ୍ବେଜ୍‌। ଏବେ ଏହି ଏୟାରଲାଇନ୍‌ ଯାତ୍ରୀଙ୍କୁ ପ୍ରିମିୟମ ଇକୋନୋମୀ ସେବା ସହ ଆଞ୍ଚଳିକ ଯୋଗାଯୋଗ ପ୍ରଦାନ କରିବ। କମ୍ପାନି ଟର୍ବୋ ପ୍ରୋପେଲ୍ଡ ବ୍ୟତୀତ ମଡର୍ଣ୍ଣ ଫ୍ଲାଇଟ୍‌ ଡେକ୍‌ ଟର୍ବୋ ଫ୍ୟାନ୍‌ ଏୟାରକ୍ରାଫ୍ଟ ବିମାନ ଆଣିବାକୁ ଯୋଜନା କରୁଛି। କମ୍ପାନି ଗୋଟିଏ ବର୍ଷ ମଧ୍ୟରେ ୫ଟି ପ୍ଲେନ୍‌ ଲିଜ୍ ନେବାକୁ ଯୋଜନା ରଖିଛି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆରେ ପୁଣି ବିଶୃଙ୍ଖଳା: ବିମାନ କକ୍‌ପିଟ୍‌ରେ ମହିଳା ବନ୍ଧୁଙ୍କୁ ଡାକି ନିଲମ୍ବିତ ହେଲେ ଦୁଇ ପାଇଲଟ୍

ଜେଟଓ୍ବିଙ୍ଗ୍ସ ଏୟାରଲାଇନ୍ସର କୋ ଫାଉଣ୍ଡର ଏବଂ ସିଇଓ ସଞ୍ଚୟ ଆଦିତ୍ୟ ସିଂହ କହିଛନ୍ତି ଯେ, ‘‘ଆମେ ଏନଓସି ପ୍ରଦାନ କରିବା ପାଇଁ ବିମାନ ଚଳାଚଳ ମନ୍ତ୍ରାଳୟର ଆଭାରୀ। ବିମାନ ଚଳାଚଳ ପାଇଁ ନିଜର ପ୍ରସ୍ତୁତି ଏବଂ ଔପଚାରିକତାକୁ ପୂରଣ କରିବା ପାଇଁ ଆମେ ଡିଜିସିଏ ସହ ମିଶି କାମ କରୁଛୁ। ଏନଓସି ମିଳିବା ପରେ ଆମେ ଏକ ବିଶ୍ବସନୀୟ ଏବଂ ନିୟମିତ ଏୟାରଲାଇନ ହେବା ଦିଗରେ ସଂପୂର୍ଣ୍ଣ ପ୍ରତିବଦ୍ଧତାର ସହ କାମ କରୁଛୁ। ଆମେ ଏକ ଏଭଳି ଏୟାରଲାଇନ ଭାବରେ ଗ୍ରାହକଙ୍କୁ ସେବା ଦେବାକୁ ଚାହୁଛୁ, ଯାହା ପୂର୍ବୋତ୍ତର ଭାରତରେ ପରିବ୍ୟାପ୍ତ ହୋଇଥିବ ଏବଂ ଯାହା ଏଠାକାର ସବୁ ମହତ୍ବପୂର୍ଣ୍ଣ ସ୍ଥଳକୁ ପରସ୍ପର ସହ ଯୋଡ଼ୁଥିବ।’’

ସେହିପରି ଜେଟଓ୍ବିଙ୍ଗ୍ସ ଅଧ୍ୟକ୍ଷ ଡା. ସଞ୍ଜୀବ ନାରାୟଣ କହିଛନ୍ତି ଯେ, ‘‘ସରକାରଙ୍କ ଏହି ଚେଷ୍ଟା ଦ୍ବାରା କୌଣସି କ୍ଷେତ୍ରର ଆର୍ଥିକ ବିକାଶ ସହ କାରବାରରେ ବେଶ୍ ବୃଦ୍ଧି ଦେଖିବାକୁ ମିଳିଛି। ଏହା ସହ ଅଞ୍ଚଳରେ ପର୍ଯ୍ୟଟନ କ୍ଷେତ୍ର​‌ର ମଧ୍ୟ ତୀବ୍ର ବିକାଶ ହେଉଛି। ଆମ ପାଖରେ ଯୋଗାଯୋଗକୁ ସୁବିଧା କରିବା ଏବଂ ନୂଆ ଆର୍ଥିକ ଅବସର ଉତ୍ପନ୍ନ କରିବା ସହ ପୂର୍ବୋତ୍ତର କ୍ଷେତ୍ରରେ ବିକାଶରେ ଯୋଗଦାନ ଦେବାର ଉତ୍ତମ ଅବସର ରହିଛି।’’

ଆହୁରି ପଢ଼ନ୍ତୁ: ଖରାପ ପାଣିପାଗ ଯୋଗୁଁ ଲାହୋର ପହଞ୍ଚିଗଲା ଇଣ୍ଡିଗୋ ବିମାନ, ଅଧଘଣ୍ଟା ପରେ ଫେରିଲା ଭାରତ

   Related Posts