ଚିରନିଦ୍ରାରେ ରାମ ଜେଠମଲାନୀ: ସ୍ମଗଲରଙ୍କ ପାଇଁ ଲଢୁଥିଲେ କେସ୍, ଗୋଟିଏ ମାମଲା ପାଇଁ ନେଉଥିଲେ କୋଟି କୋଟି ଟଙ୍କାର ଫିସ୍

Published By : Prameya-News7 Bureau | September 08, 2019 IST

ନୂଆଦିଲ୍ଲୀ ୮/୯: ପରଲୋକରେ ଦେଶର ଖ୍ୟାତନାମା ଆଇନଜୀବୀ ରାମ ଜେଠମଲାନୀ । ୯୫ ବର୍ଷ ବୟସରେ ଚିକିତ୍ସିତ ଅବସ୍ଥାରେ ରାମ ଜେଠମଲାନୀଙ୍କ ମୃତ୍ୟୁ ଘଟିଛି । ତେବେ ରାମ ଜେଠମଲାନୀ ନାଁ ଭାରତର ସବୁଠୁ ମହଙ୍ଗା ଓକିଲମାନଙ୍କ ତାଲିକାରେ ରହିଛି । ସେ ଗୋଟିଏ ମାମଲା ଲଢିବା ପାଇଁ ୨୫ ଲକ୍ଷ ଏବଂ ଏହାଠୁ ଅଧିକ ଫିସ୍ ଚାର୍ଜ କରୁଥିଲେ ।ଏପରିକି ଗୋଟେ ଗୋଟେ କେସ ପାଇଁ ସେ କୋଟି କୋଟି ଟଙ୍କା ମଧ୍ୟ ନେଉଥିଲେ ।ତେବେ ଓକିଲାତି ପେଶାକୁ ଦେଶରେ ଏକ ଶୀର୍ଷ ସ୍ଥାନରେ ପହଂଚାଇବାରେ ରାମ ଜେଠମଲାନୀଙ୍କ ଅବଦାନ ବହୁତ ରହିଛି । ରାମ ଜେଠମଲାନୀ ଅଟଳ ବିହାରୀ ବାଜପେୟୀଙ୍କ  ସରକାର ସମୟରେ ସେ ଆଇନମନ୍ତ୍ରୀ ଏବଂ ଆରଜେଡିରୁ ରାଜ୍ୟସଭା  ସାଂସଦ ଟିକେଟ୍ ମଧ୍ୟ ପାଇଥିଲେ । ମାତ୍ର ୧୭ ବର୍ଷ ବୟସରେ ଓକିଲାତି ଡିଗ୍ରୀ ହାସଲ କରିଥିବା ରାମ ଜେଠମଲାନୀ  ପ୍ରଥମ ମାମଲାରେ ହିଁ  ଚର୍ଚ୍ଚାକୁ ଚାଲିଆସିଥିଲେ । ତେବେ ନଜର ପକାନ୍ତୁ ଜେଠମଲାନୀଙ୍କ ହାଇ ପ୍ରୋଫାଇଲ କେସ୍ ସଂପର୍କରେ

କେସ୍ ୧୯୫୯ରେ କେଏମ ନାନାବତୀ ବନାମ ମହାରାଷ୍ଟ୍ର ସରକାର ଥିଲା । ଏଥିରେ ରାମ ଜେଠମଲାନୀ ଯଶଓ୍ବନ୍ତ ବିଷ୍ଣୁ ଚନ୍ଦ୍ରଚୂଡଙ୍କ ମିଶି କେସ୍ ଲଢିଥିଲେ । ତେବେ ରାମ ଜେଠମଲାନୀଙ୍କ ଏହି କେସକୁ ନେଇ ଅକ୍ଷର କୁମାର ଅଭିନୀତ ବଲିଉଡ ସିନେମା ରୁସ୍ତମ ନିର୍ମିତ ହୋଇଛି ।

ରାମ ଜେଠମଲାନୀ ନିଜର ଦସ୍ତାବିଜ ବଳରେ ଅଧିକାଂଶ ମାମଲା ସ୍ମଗଲରଙ୍କ ପାଇଁ ହିଁ କେସ୍ ଲଢି ଜିତୁଥିଲେ ।ଯେଉଁ କାରଣରୁ  ୭୦ରୁ ୮୦ ଦଶକରେ ତାଙ୍କୁ ସ୍ନଗଲରଙ୍କ ଓକିଲ ବୋଲି କୁହାଯାଉଥିଲା ।

ଆରମ୍ଭରୁ ହିଁ  ରାମ ଜେଠମଲାନୀ ସିପିଆଇ ବିଧାୟକ କୃଷ୍ଣ ଦେସାଇଙ୍କ ହତ୍ୟା ମାମଲାରେ ଶିବ ସେନା ପକ୍ଷରୁ ଓକିଲାତି କରିଥିଲେ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ଯେଉଁଠି ସାରା ଦେଶରେ କୌଣସି ଜଣିଏଁ ହେଲେ ବି ଓକିଲ ଅଭିଯୁକ୍ତ ସତବନ୍ତ ସିଂହ ଏବଂ କେହର ସିଂହ ପାଇଁ ଓକିଲାତି କରିବାକୁ ପ୍ରସ୍ତୁତ ନଥିଲେ ସେତେବେଳେ  ରାମ ଜେଠମଲାନୀ ହିଁ ଏକମାତ୍ର ଓକିଲ ଯିଏକି ସେମାନଙ୍କ କେସକୁ ହାତକୁ ନେଇଥିଲେ ।

୧୯୬୦ ଦଶକରେ ମୁମ୍ବାଇର ଖ୍ୟାତନାମା ଡନ ହାଜି ମସ୍ତାନର ସ୍ମଗଲିଂଗ ସହ ଜଡିତ ଅନେକ ମାମଲାର ଓକିଲାତି ରାମ ଜେଠମଲାନୀ କରିଥିଲେ । ତେବେ ଡନ ହାଜି ମସ୍ତାନକୁ ନେଇ ମଧ୍ୟ ଏକ ବଲିଉଡ ସିନେମା ନିର୍ମିତ ହୋଇଥିଲା । ଯେଉଁଥିରେ ଅଜୟ ଦେଓଗଣ ମୁଖ୍ୟ ଭୂମିକାରେ ନଜର ଆସିଥିବା ବେଳେ ସିନେମାଟି ଟାଇଟଲ ରଖାଯାଇଥିଲା ଓ୍ବାନ୍ସ ଅପନ ଏ ଟାଇମ ଇନ ମୁମ୍ବାଇ ।

ସେହିଭଳି ଜେସିକା ଲାଲ ମର୍ଡର କେସରେ ବି ଜେଠମଲାନୀ ମନୁ ଶର୍ମାଙ୍କ ପକ୍ଷରୁ ଓକିଲାତି କରିଥିଲେ ।

୨ଜି ଘୋଟାଲାରେ ଡିଏମକେ ନେତା କଣିମୋଝିଙ୍କ ତରଫରୁ ମଧ୍ୟ ସେ କେସ୍ ଲଢିଥିଲେ ।

ଏହାପରେ ଚାରା ଘୋଟାଲା ସହ ଜଡିତ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପାଇଁ ୨୦୧୩ରେ ଓକିଲାତି କରିଥିଲେ । ଏଥିସହିତ ହିଁ ସେହି ବର୍ଷ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ସଂପୃକ୍ତ ଥିବା ଆଶାରାମ ବାପୁଙ୍କ ପାଇଁ ବି ସେ କେସ୍ ଲଢିଥିଲେ ।

ଜେଠମଲାନୀ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ଏବଂ ହଓ୍ବାଲା ଡାଏରୀ କାଣ୍ଡରେ ବିଜେପି ନେତା ଲାଲକୃଷ୍ଣ ଆଡବାଣୀଙ୍କ ତରଫରୁ ବି କେସ୍ ଲଢିଥିଲେ । ତେବେ ନିକଟରେ ରାମ ଜେଠମଲାନୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଇରବିନ୍ଦ କେଜରିଓ୍ବାଲଙ୍କ ତରଫରୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିରୁଦ୍ଧରେ ମାନହାନୀ କେସ ମଧ୍ୟ ଲଢିସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.