ପୁଣିଥରେ ଆକାଶରେ ଉଡ଼ିବ ଜେଟ୍ ଏୟାରୱେଜ୍; DGCA ଦେଲା ଅନୁମତି

Published By : Prameya-News7 Bureau | May 20, 2022 IST

ନୂଆଦିଲ୍ଲୀ: ୩ ବର୍ଷର ବିରତି ପରେ ପୁଣି ଥରେ ଆକାଶରେ ଉଡ଼ିବ ଘରୋଇ ବିମାନ ଜେଟ୍ ଏୟାର୍‌ୱେଜ୍। ଏଥିପାଇଁ କମ୍ପାନୀକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(DGCA) ପକ୍ଷରୁ ଅନୁମତି ମିଳିଯାଇଛି। ଡିଜିସିଏ ପ୍ରମୁଖ ଅରୁଣ କୁମାରଙ୍କ ସୂଚନା ଅନୁସାରେ, ଏୟାର୍‌ୱେଜକୁ ଏୟର ଅପରେଟର ସାର୍ଟିଫିକେଟ୍(ଏଓସୀ) ଦିଆଯାଇଛି। ଫଳରେ କମ୍ପାନୀକୁ ବାଣିଜ୍ୟିକ ଉଡ଼ାଣ ଭରିବାକୁ ଅନୁମତି ମିଳିଯାଇଛି।

୨୦୨୨ ଜୁଲାଇ-ସେପ୍ଟେମ୍ବର ତ୍ରୟମାସିକରେ ବାଣିଜ୍ୟିକ ଉଡ଼ାଣ ପୁଣିଥରେ ଆରମ୍ଭ କରିବାକୁ ଯୋଜନା କରାଯାଉଛି। ଏମୁ ପୂର୍ବରୁ ବିମାନ କମ୍ପାନୀ ଉଡ଼ାଣ ଭରିବା ପାଇଁ ପ୍ରସ୍ତୁତ ଆରମ୍ଭ କରିଛି। ଏଥିପାଇଁ ମେ ୫ ତାରିଖରେ ଜେଟ୍ ଏୟାରୱାଜ୍ ଟେଷ୍ଟ ଉଡ଼ାଣ ଭରିଥିଲା। ଏହାପରେ ୩ ଟି ଉଡ଼ାଣ ଭରିଥିଲା ବିମାନ। ଏଥିରେ ଡିଜିସିଏ ଅଧିକାରୀ ବି ସାମିଲ୍ ଥିଲେ। ଏହାପରେ ଏୟାର ଅପରେଟର ସାର୍ଟିଫିକେଟ୍‌କୁ ଅନୁମତି ଦିଆଯାଇଥିଲା।

ସୂଚନା ଥାଉକି ଆର୍ଥିକ ସଂକଟ ଯୋଗୁ ଜେଟ୍ ଏୟାରୱେଜ୍ ୨୦୧୯ରେ ବିମାନ ଉଡ଼ାଣ ସେବା ବନ୍ଦ କରିଥିଲା। ବର୍ତ୍ତମାନ ଜାଲା କଲରକ କନ୍ସୋର୍ଟିୟମ୍ ବିମାନ କମ୍ପାନୀ ପ୍ରମୋଟର ରହିଛି। ଫଳରେ ସପ୍ତାହର ଶେଷ କାର୍ଯ୍ୟ ଦିବସରେ ବିମାନ କମ୍ପାନୀ ତାର ଉଡ଼ାଣ ଭରିବାକୁ ଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.