scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜେଟ୍ ଏୟାରୱେସ୍‌ ସଂସ୍ଥାପକ ନରେଶ ଗୋୟଲଙ୍କୁ ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଲା ଇଡି

2/09/2023 at 7:36 PM

Naresh-Goyal ED custody

ନୂଆଦିଲ୍ଲୀ: ଆର୍ଥିକ ଠକେଇ ଅଭିଯୋଗରେ  ଜେଟ୍ ଏୟାରୱେସ୍‌ ସଂସ୍ଥାପକ ନରେଶ ଗୋୟଲଙ୍କୁ ସେପ୍ଟେମ୍ବର ୧୧ ଯାଏ ରିମାଣ୍ଡରେ ନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସ୍ୱତନ୍ତ୍ର ପିଏମ୍‌ଏଲ୍‌ଏ(ମନି ଲଣ୍ଡରିଂ ନିରୋଧକ ଆଇନ) କୋର୍ଟ ଗୋୟଲଙ୍କୁ ରିମାଣ୍ଡରେ ପଠାଇଛନ୍ତି। ୫୩୮ କୋଟି ଟଙ୍କା ଠକେଇ ନେଇ କାନାଡ଼ା ବ୍ୟାଙ୍କ ଅଭିଯୋଗ ଉପରେ ତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି।

ଶୁକ୍ରବାର(ସେପ୍ଟେମ୍ବର ୧) ୭୪ ବର୍ଷୀୟ ଗୋୟଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହା ପୂର୍ବରୁ ଗୋୟଲଙ୍କୁ ମୁମ୍ବାଇ ସ୍ଥିତ ତାଙ୍କ ଅଫିସ୍‌ରେ ଦୀର୍ଘ ସମୟ ଧରି ପଚରାଉଚରା କରାଯାଇଥିଲା। ଗିରଫ ପରେ ତାଙ୍କୁ ଶନିବାର କୋର୍ଟରେ ହାଜର କରାଯାଇଥିଲା। ଆଜି କୋର୍ଟ ତାଙ୍କୁ ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ପଠାଇ ଦେଇଛନ୍ତି।

କାନାଡ଼ା ବ୍ୟାଙ୍କର ଅଭିଯୋଗ ପରେ ଚଳିତ ବର୍ଷ ମେ ମାସରେ ସିବିଆଇ ନେରଶ ଗୋୟଲଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ଅଭିଯୋଗ ଆଧାରରେ ଇଡି ତାଙ୍କୁ ଗିରଫ କରିଛି। ବ୍ୟାଙ୍କ ତା ଅଭିଯୋଗରେ ଦର୍ଶାଇଛି ଯେ ଜେଟ ଏୟାରୱେଜ କମ୍ପାନୀ ଋଣ ରାଶିର ଏକ ଅଂଶକୁ କମିଶନ ଭାବରେ ବଦଳାଇ ବ୍ୟାଙ୍କକୁ ୫୩୮.୬୨ କୋଟି ଟଙ୍କା ଠକିଛି।

ପଢ଼ନ୍ତୁ-କୋଟାକ ମହିନ୍ଦ୍ରା ବ୍ୟାଙ୍କର ସିଇଓ ପଦରୁ ଇସ୍ତଫା ଦେଲେ ଉଦୟ କୋଟାକ, ଏମିତି ଥିଲା ତାଙ୍କ ସଫଳ ବ୍ୟବସାୟିକ ଯାତ୍ରା

କମ୍ପାନୀର ଏକ ଫୋରେନସିକ୍ ଅଡିଟରୁ ଜଣାପଡିଛି ଯେ ଏହି କାରବାରଗୁଡ଼ିକ ଜାଲିଆତି ହୋଇଛି। ଏବଂ ଋଣ ରାଶିରୁ ପାଣ୍ଠି ବିନିଯୋଗରେ ଜଡିତ ଅଛି। ପ୍ରକୃତରେ ଏହା  ଗୋୟଲ ପରିବାର ଏବଂ ଏହି ସ୍କାମରେ ଜଡିତ ଅନ୍ୟ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ବ୍ୟବହୃତ ହୋଇଥିଲା।

   Related Posts