ନୂଆଦିଲ୍ଲୀ, ୨୮/୦୪: ଜେଟ୍ ଏୟାରଓ୍ବେଜ୍ର ମନୋନୀତ ସିଇଓ ସଞ୍ଜୀବ କପୂର ଇସ୍ତଫା ଦେଇଛନ୍ତି। ସଞ୍ଜିବ କପୂର ସୋମବାର ଯାଏଁ କାମ କରିବେ। ଏନେଇ ଜେଟ୍ ଏୟାରଓ୍ବେଜ୍କୁ ଅଧିଗ୍ରହଣ କରୁଥିବା କମ୍ପାନୀ ଜାଲାନ କାଲରକ କ୍ୟାପିଟାଲ (JKC) ତରଫରୁ ଏକ ବିବୃତ୍ତିରେ କୁହାଯାଉଛି। ସଞ୍ଜୀବ ୨୦୨୨ ଏପ୍ରିଲ୍ ୪ ତାରିଖରେ ଜେଟ୍ ଏୟାରଓ୍ବେଜ୍ର ମୁକ୍ୟ କାର୍ଯ୍ୟକାରୀ ଅଧିକାରୀ ଭାବରେ ଜେଟ୍ ଏୟାରଲାଇନରେ ଯୋଗଦେଇଥିଲେ।
{"id":779104,"width":551,"height":333,"sizeSlug":"full","linkDestination":"none"}
ସୂଚନାଥାଉ, ଆର୍ଥିକ ସଙ୍କଟ କାରଣରୁ ୨୦୧୯ରେ ଜେଟ୍ ଏୟାରଓ୍ବେଜ୍ ଏହାର ବିମାନ ଚଳାଚଳକୁ ବନ୍ଦ କରିଥିଲା। ତେବେ ଜେଟ୍ ଏୟାରଓ୍ବେଜ୍ର ମାଲିକାନା ସଂପୂର୍ଣ୍ଣଭାବରେ ଜେକେସିକୁ ହସ୍ତାନ୍ତର ହେବା ପର୍ଯ୍ୟନ୍ତ ସଞ୍ଜୀବ କପୂରଙ୍କୁ ମନୋନୀତ ସିଇଓ ଭାବରେ ସେବା ପ୍ରଦାନ କରିବା ପାଇଁ ନିଯୁକ୍ତ କରାଯାଇଥିଲା ।
୨୦୨୦ ଅକ୍ଟୋବରରେ ଏୟାରଲାଇନ୍କୁ ଋଣଦେଇଥିବା ସମିତି, ଦୁବାଇ ସ୍ଥିତ ମୁରାରୀ ଲାଲ ଜାଲାନ ଏବଂ ବ୍ରିଟେନ୍ର କାଲରକ କ୍ୟାପିଟାଲର ଜେଟ୍ ଏୟାରଓ୍ବେଜ୍ର ପୁନରୁଦ୍ଧାର ଯୋଜନାକୁ ମଞ୍ଜୁରୀ ଦେଇଥିଲା । ଏଥିପାଇଁ ମାଲିକାନା ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜୁନ୍ ୨୦୨୧ରେ ଋଣ ପରିଶୋଧ ପ୍ରକ୍ରିୟା ପରେ ଜାଲାନା-କାଲରାକ ସମୂହ (ଜେକେସି)କୁ ଜେଟ୍ ଏୟାରଓ୍ବେଜ୍ର ସଫଳ ବିଡର ଭାବରେ ଘୋଷିତ କରାଯାଇଥିଲା।
ତେବେ ସଞ୍ଜୀବଙ୍କ ଇସ୍ତଫା କମ୍ପାନୀ ପାଇଁ ଏକ ବଡ଼ ଝଟକା। କାରଣ ଦେବାଳିଆ ହୋଇପଡ଼ିଥିବା କମ୍ପାନୀର ମାଲିକାନା ହସ୍ତାନ୍ତରକୁ ନେଇ ବିଡର ଏବଂ ଋଣଦାତାଙ୍କ ମଧ୍ୟରେ ଏବେବି ସମସ୍ୟା ରହିଛି।