ବିବାହ କଲେ ଜେନିଫର ଲୋପେଜ୍‌ ଏବଂ ବେନ୍‌, ୱେଡିଂ ଫଟୋ ଭାଇରାଲ୍‌

Published By : Prameya-News7 Bureau | July 18, 2022 IST

ନୂଆଦିଲ୍ଲୀ ୧୮।୦୭: ଜେନିଫର୍ ଲୋପେଜ୍ ଏବଂ ବେନ୍ ଅଫ୍ଲେକ୍ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଲଭବାର୍ଡ ଲାସ୍ ବେଗାସରେ ଉଭୟ ବିବାହ କରିବା ପରେ ଦମ୍ପତିଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶେଷରେ ଜେନଫିର ଏବଂ ବେନ୍ ଏକାଠି ହୋଇଥିବାରୁ ସେମାନଙ୍କ ଫ୍ୟାନ୍ସ ଅତ୍ୟନ୍ତ ଖୁସି ହୋଇଛନ୍ତି।

wp:html
/wp:html

ଭାଇରାଲ୍‌ ହୋଇଥିବା ଫଟୋରେ ଜେନିଫର ଏକ ଧଳା ଗାଉନ୍ ପିନ୍ଧିଥିବାବେଳେ ବେନ୍ ଏକ କଳା ସୁଟ୍‌ରେ ନଜର ଆସିଛନ୍ତି । ଯେଉଁଥିରେ ଦୁହେଁ ଖୁବ୍‌ ଖୁସିଥିବା ବେଳେ ବେନ୍‌ ଜେନିଫର୍‌ଙ୍କୁ କିସ୍‌ କରୁଥିବାର ନଜର ଆସିଛନ୍ତି । କହିବାକୁ ଗଲେ ଉଭୟଙ୍କ ସମ୍ପର୍କ ଦୀର୍ଘ ପ୍ରାୟ ୨୦ ବର୍ଷ ପୁରୁଣା, କିନ୍ତୁ ହଠାତ୍‌ ସେମାନଙ୍କର ବ୍ରେକ୍‌ଅପ୍‌ ହୋଇଥିଲା । ଦୁହେଁ ଅଲଗା ପରେ ଦୁହେଁ ଅନ୍ୟତ୍ର ବିବାହ କରିଥିଲେ । ଉଭୟଙ୍କର ମଧ୍ୟ ସନ୍ତାନ ଅଛି ।

କିନ୍ତୁ ଦୁହିଁଙ୍କ ଭାଗ୍ୟର ଆଉ କିଛି ଲେଖା ଥିଲା । ଗତ ବର୍ଷ ଦୁହେଁ ଏକାଠି ହୋଇଥିଲେ। ଚଳିତ ବର୍ଷ ଏପ୍ରିଲରେ ବିବାହ ନିର୍ବନ୍ଧ କରିଥିଲେ। ଯେଉଁ ରିଙ୍ଗ ପିନ୍ଧିଥିଲେ ତାହାକୁ ନେଇ ମଧ୍ୟ ଖୁବ୍‌ ଆଲୋଚନା ମଧ୍ୟ ହୋଇଥିଲା । ଯାହାର ମୂଲ୍ୟ ୫ ମିଲିୟନ୍‌ ଡଲାର ଅର୍ଥାତ୍‌ ୩୭ କୋଟି ଟଙ୍କା । ବର୍ତ୍ତମାନ ଏହି ଲଭବାର୍ଡ ବହୁତ ଖୁସିଥିବାର ଜଣାପଡୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.