ମୁଁ ନିଜେ ଗୋଟେ ପିଲା, ଏଥିପାଇଁ ଜନ୍ମ କରି ନାହିଁ ; ୬୧ ବର୍ଷିୟା ଅଭିନେତ୍ରୀ କହିଲେ ଏମିତି
10/06/2023 at 12:01 PM

ହଲିଉଡର ଜଣାଶୁଣା ଅଭିନେତ୍ରୀ ଜେନିଫର୍ କୁଲିଜ୍ ।ତାଙ୍କ ଜୀବନରେ ସେ ଅନେକ ଥର ରିଲେଶନସିପ୍ରେ ଥିଲେ। କିନ୍ତୁ ସେ କେବେବି ସଠିକ୍ ଜୀବନ ସାଥୀ ପାଇଲେ ନାହିଁ। ନିକଟରେ ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ଏପର୍ଯ୍ୟନ୍ତ କାହିଁକି ସନ୍ତାନ କଲ ନାହିଁ। ଅଭିନେତ୍ରୀ ଏହାର କାରଣ ବୁଝାଇ କହିଲେ – ମୁଁ ନିଜେ ଗୋଟେ ‘ପିଲା’ । ସେଥିପାଇଁ ମୁଁ ପିଲାକୁ ଜନ୍ମ କରି ନାହିଁ’। ୬୧ ବର୍ଷର ଅଭିନେତ୍ରୀଙ୍କ ଏହି ଆଶ୍ଚର୍ଯ୍ୟଜନକ ବକ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ଜେନିଫର୍ କୁଲିଜ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ୬୧ବର୍ଷିୟ ଜେନିଫର୍ ଏପର୍ଯ୍ୟନ୍ତ ଅବିବାହିତ । ପ୍ରେମ ତାଙ୍କ ଜୀବନରେ ଅନେକ ଥର ଆସିଛି । କିନ୍ତୁ ସମ୍ପର୍କ ବେଶି ଦିନ ତିଷ୍ଠି ପାରି ନାହିଁ । ହେଲ ସଠିକ୍ ପୁରୁଷର ସନ୍ଧାନରେ ଆଜି ବି କୁମାରୀ ଅଛନ୍ତି। ନିକଟରେ ଅଭିନେତ୍ରୀ ସନ୍ତାନ ନ ହେବାର କାରଣ ଦର୍ଶାଇଛନ୍ତି।
ଅଭିନେତ୍ରୀ ଏକ ନୂତନ ସାକ୍ଷାତକାରରେ କହିଛନ୍ତି ଯେ ସେ ନିଜକୁ ଏବେବି ଇନସିକ୍ୟୁର କରୁଛି । ଯେଉଁଥି ପାଇଁ ବେବି ପ୍ଲାନ କରିନାହାଁନ୍ତି। କାହିଁକି ନା “ମୁଁ ବହୁତ ଉତ୍ସାହୀ। ମୁଁ ଭାବୁଛି ଏହା ହିଁ ମୋତେ ସନ୍ତାନ ଜନ୍ମ କରିବାକୁ ଦୂରେଇ ରଖିଛି। କାରଣ ମୁଁ ନିଜେ ଜଣେ ପିଲା। ବୋଧହୁଏ ଯଦି ମୋର ସନ୍ତାନ ଥାଆନ୍ତା, ମୁଁ ବଡ ହୋଇଥାନ୍ତି।” ଏହା ବ୍ୟତୀତ ଅଭିନେତ୍ରୀ କହିଛନ୍ତି ଯେ ସେ କେବେବି ସଠିକ୍ ଜୀବନ ସାଥୀ ପାଇ ନାହାଁନ୍ତି। ମୋ ସହ ଯିଏ ହସରେ ହସୁଥିବ । ମୋ ସହିତ ସବୁବେଳେ ସବୁ ଦୁଃଖ କଷ୍ଟରେ ଚାଲୁଥିବ । ଠିକ୍ ସେମିତି ଆଜି ଯାଏଁ ମୋତେ ମିଳି ପାରିଲା ନାହିଁ ।