ଦୁନିଆର ଅଦ୍ଭୁତ ଜୀବ, ଶ୍ବାସକ୍ରିୟା ବିନା ରହିଛି ଜୀବିତ

Published By : Prameya-News7 Bureau | June 13, 2023 IST

ନୂଆଦିଲ୍ଲୀ ୧୩।୦୬: ମଣିଷ ହୁଅନ୍ତୁ ବା ଜୀବଜନ୍ତୁ କିମ୍ବା ଉଦ୍ଭିଦ । ବିନା ନିଶ୍ବାସପ୍ରଶ୍ବାସରେ ଦଣ୍ଡେ ମାତ୍ର ତିଷ୍ଠିବା ଅସମ୍ଭବ । କିନ୍ତୁ ପୃଥିବୀରେ ଏମିତି ଏକ ଜୀବ ରହିଛି ଯିଏ ବିନା ନିଶ୍ଵାସରେ ବଞ୍ଚିପାରିବ । ଏହା ଦୁନିଆର ପ୍ରଥମ ଜୀବ, ଯାହା ପାଖରେ ଏମିତି ଅଦ୍ଭୁତ ଗୁଣ ରହିଛି । ଇଜରାଇଲର ତେଲ-ଅଭିବ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ଟିମ୍ ଏହି ଜୀବର ପାଇଥିଲେ ସନ୍ଧାନ ।

{"id":802792,"width":838,"height":471,"sizeSlug":"full","linkDestination":"none"}

ବୈଜ୍ଞାନିକମାନେ ଏହାର ନାଁ ଦେଇଛନ୍ତି ସାଲମିନିକୋଲା । ରିପୋର୍ଟ ଅନୁଯାୟୀ, ଜେଲିଫିସ ଭଳି ଦେଖାଯାଉଥିବା ଏହି ଜୀବଟିର ଶରୀରରେ ମାଇଟୋକଣ୍ଡ୍ରିଆ ଜିନାମ ନାହିଁ । ବାସ୍ତବରେ ମାଇଟୋକଣ୍ଡ୍ରିଆ ନିଶ୍ୱାସ ନେବା ପାଇଁ ଜରୁରୀ ହୋଇଥାଏ । କିନ୍ତୁ ଜୀବଟିର ଏହି ଅଙ୍ଗ ନଥିବାରୁ ଅକ୍ସିଜେନ ନେବାର ଆବଶ୍ୟକତା ହୋଇନଥାଏ ।

{"id":802793,"width":841,"height":568,"sizeSlug":"full","linkDestination":"none"}

ଏହି ବିଶେଷଜ୍ଞ ଦଳ ଅନୁଯାୟୀ ଏହି ବିଶେଷ ଧରଣର ଜୀବଟି ଅନ୍ୟ ପ୍ରଜାତିର ମାଛ ମାନଙ୍କ ଠାରୁ ହିଁ ନିଜ ପାଇଁ ଉର୍ଜା ଗ୍ରହଣ କରିଥାଏ । କିନ୍ତୁ ଏହି ଜୀବଟି ଜଳରେ ବାସ କରୁଥିବା ଅନ୍ୟ ମାଛ ମାନଙ୍କର କୌଣସି ପ୍ରକାର କ୍ଷତି କରିନଥାଏ । ଏହି ପରଜୀବୀ ସାଲମନ ମାଛ ଶରୀରରେ ବାସ କରୁଥିବା ବେଳେ ମାଛଟି ଜୀବିତ ଥିବା ପର୍ଯ୍ୟନ୍ତ ଏହା ବଞ୍ଚି ରହିଥାଏ । ଏହି ଜୀବଟିର ବୈଜ୍ଞାନିକ ନାମ ସାଲମିନିକୋଲା ରଖାଯାଇଛି । ଗବେଷଣାରୁ ଏହା ମଧ୍ୟ ଜଣାଯାଇଛି ଯେ, ଏହି ଜୀବ ମଣିଷ କିମ୍ବା ଅନ୍ୟ ଜୀବକୁ କୌଣସି ପ୍ରକାର କ୍ଷତି ଘଟାଇନଥାଏ ।

{"id":802794,"width":838,"height":522,"sizeSlug":"full","linkDestination":"none"}

ବିନା ଅକ୍ସିଜେନରେ ପୃଥିବୀ ପୃଷ୍ଠରେ ବଞ୍ଚିରହିପାରୁଥିବା ଏହି ଜୀବ ସମ୍ଭନ୍ଧରେ ଆହୁରି ଅଧିକ ଜାଣିବା ପାଇଁ ବୈଜ୍ଞାନିକ ଟିମ୍ ନିଜ ଗବେଷଣା ଜାରି ରଖିଛନ୍ତି । ଏହା ପୂର୍ବରୁ ଇଟାଲୀର ଏକ ବୈଜ୍ଞାନିକ ଟିମ୍‌କୁ ଏମିତି ହିଁ ଏକ ସମାନ ଧରଣର ଜୀବର ସନ୍ଧାନ ମିଳିଥିଲା । କିନ୍ତୁ ସେହି ସମୟରେ ଜଣା ପଡିଥିଲା କି ଏହି ଜୀବଟି ହାଇଡ୍ରୋଜେନ ସଲଫାଇଡରୁ ହିଁ ନିଜ ପାଇଁ ଶକ୍ତି ସଞ୍ଚୟ କରିଥାଏ ।

You Can Read:

wp:embed {"url":"https://www.prameyanews7.com/this-is-the-worlds-largest-flower-rafflesia-looks-like-a-creature-from-another-world/","type":"wp-embed","providerNameSlug":"prameya-news-7"}
https://www.prameyanews7.com/this-is-the-worlds-largest-flower-rafflesia-looks-like-a-creature-from-another-world/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.