ପଛରେ ପଡ଼ିଲେ ଏଲନ୍ ମସ୍କ, ବିଶ୍ୱର ସର୍ବୋତ୍ତମ ଧନୀ ବ୍ୟକ୍ତି ହେଲେ ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ୍

Published By : Prameya-News7 Bureau | March 05, 2024 IST

ନୂଆଦିଲ୍ଲୀ ୦୫/୦୩: ବିଶ୍ୱର ଟପ୍ ୧୦ ଧନୀ ତାଲିକାରେ ପରିବର୍ତ୍ତନ । ଏହି ତାଲିକାରେ ଦୀର୍ଘ ଦିନ ଧରି ସବୁଠୁ ଆଗରେ ଥିବା ଏଲନ୍ ମସ୍କଙ୍କୁ ଲାଗିଛି ଝଟକା । କାରଣ ଅନେକ ଦିନ ପରେ ତାଙ୍କୁ ପଝରେ ପକାଇ ଆଗେଇ ଯାଇଛନ୍ତି ଆମାଜନ୍ ଫାଉଣ୍ଡର ଜେଫ୍ ବେଜୋସ୍ ।

୨୦୦ ଆରବ୍ ଡଲାର କ୍ଲବରେ ଏଣ୍ଟ୍ରି କରିବା ସହ ବେଜୋସ୍ ହୋଇଛନ୍ତି ବିଶ୍ୱର ସୁବଠୁ ଧନୀ ବ୍ୟକ୍ତି । ଜେଫ୍ ବେଜୋସଙ୍କ ସମ୍ପତ୍ତିରେ ଲଗାତାର ବୃଦ୍ଧି ହେବାରେ ଲାଗିଛି । ପ୍ରଥମେ ସେ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି ଫ୍ରାନ୍ସ ବ୍ୟବସାୟୀ ବର୍ଣ୍ଣାର୍ଡ ଅର୍ଣ୍ଣାଲ୍ଡଙ୍କୁ ପଛରେ ପକାଇବା ପରେ ସୋମବାର ଏଲନ୍ ମସ୍କଙ୍କୁ ପଛରେ ପକାଇ ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ହୋଇଛନ୍ତି ।

ମଙ୍ଗଳବାର ପ୍ରକାଶିତ ସୂଚକାଙ୍କରୁ ଜଣାପଡିଛି ଯେ ଗତ ବର୍ଷରେ ଟେସଲା ସିଇଓ ପ୍ରାୟ ୩୧ ବିଲିୟନ ଡ଼ଲାର ହରାଇଥିବାବେଳେ ଆମାଜନ ପ୍ରତିଷ୍ଠାତା ୨୩ ବିଲିୟନ ଡ଼ଲାର ହାସଲ କରିଛନ୍ତି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଏଲୋନ୍ ମସ୍କଙ୍କୁ ତଳକୁ ଖସିବାର କାରଣ ହେଉଛି ଟେସଲା ସେୟାରରେ ହ୍ରାସ ।

ବାସ୍ତବରେ, ସୋମବାର, ଟେସଲା ସେୟାର ୭.୨% ହ୍ରାସ ପାଇଛି । ଏହା ପରେ ଆମାଜନ୍ ପ୍ରତିଷ୍ଠାତା ଜେଫ୍ ବେଜୋସ୍‌ଙ୍କୁ ମସ୍କକୁ ସ୍ଥାନ ନେଇଛନ୍ତି । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଜେଫ ବେଜୋସ ବର୍ତ୍ତମାନ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି।

you can also read...

wp:embed {"url":"https://www.prameyanews7.com/one-indian-killed-two-injured-in-missile-attack-israel/","type":"wp-embed","providerNameSlug":"prameya-news-7"}
https://www.prameyanews7.com/one-indian-killed-two-injured-in-missile-attack-israel/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.