ଜିପ୍-ଟ୍ରକ୍ ଦୁର୍ଘଟଣାରେ ୫ଜଣ ଶ୍ରମିକଙ୍କ ମୃତ୍ୟୁ : ୧୨ଜଣ ଗୁରୁତର
31/08/2020 at 10:31 AM

ବହରାଇଚ ୩୧/୮: ଉତ୍ତରପ୍ରଦେଶର ବହରାଇଚରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୧୭ଜଣ ଶ୍ରମିକଙ୍କୁ ନେଇ ଯାଉଥିବା ଫୋର୍ଡ଼ ଜିପ୍ ଛିଡ଼ା ହୋଇଥିବା ଏକ ଟ୍ରକକୁ ଜୋରସୋରରେ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୫ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ୧୨ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଶ୍ରମିକଙ୍କୁ ବହରାଇଚର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
କୁହାଯାଉଛି ଯେ ବିହାରର ସିଓ୍ବାନ ଜିଲ୍ଲାରୁ ଶ୍ରମିକଙ୍କୁ ନେଇ ଫୋର୍ଡ଼ ଜିପ୍ ପଞ୍ଜାବର ଅମ୍ବାଲା ଯାଉଥିଲା। ଜିପ୍ ବହରାଇଚ-ଗୋଣ୍ଡା ହାଇଓ୍ବେରେ ପୟାଗପୁର ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ୫ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ଶବ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।