Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ବିଜେପିରେ ମିଶିଲେ ଓଲିଉଡ୍ ଅଭିନେତ୍ରୀ ଜିନା ସାମଲ ଓ ତାଙ୍କ ସ୍ବାମୀ ରୁଦ୍ର ପାଣିଗ୍ରାହୀ

11/03/2023 at 2:01 PM

ବାଲେଶ୍ୱର ୧୧।୩: ବିଜେପିରେ ଯୋଗଦେଲେ ଓଲିଉଡ୍ ଅଭିନେତ୍ରୀ ଜିନା ସାମଲ ଓ ତାଙ୍କ ସ୍ବାମୀ ରୁଦ୍ର ପାଣିଗ୍ରାହୀ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଉଭୟ ବିଜେପିରେ ସାମିଲ ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ଏକ ମିଶ୍ରଣ ପର୍ବରେ ଉଭୟ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସୁଶାସନ ଓ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ମିଶିଥିବା କହିଛନ୍ତି ।

ଏମାନଙ୍କ ସହ ପୂର୍ବତନ ଜିଏସଟି କମିଶନର ତଥା ଇଡିର ଡେପୁଟି ଡାଇରେକ୍ଟର ବିଜୟ କୁମାର ମଲ୍ଲିକ, ମମତା ପଣ୍ଡା -ଏଆର.ଡି.ଏମ୍. ରିଲାଏନ୍ସ, ପ୍ରାର୍ଥ ସାରଥୀ ଜେନା, ଅମିତା ସାମଲ, ସ୍ଵାଗତ ସାମଲ, ପ୍ରିୟଙ୍କା ସାମଲ, ଅନୀଲ କୁମାର ଗାୟନ ପ୍ରମୁଖ ଦଳରେ ସାମଲ ହୋଇଛନ୍ତି ।

ପୂର୍ବରୁ ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ମହାଶ୍ବେତା ରାୟ, ଅପରାଜିତା ମହାନ୍ତି, ପିଙ୍କି ପ୍ରଧାନ, ଅଶ୍ରୁମୋଚନ ମହାନ୍ତି, ଅନୁ ଚୌଧୁରୀ, ଶ୍ରୀତମ୍ ଦାସ ଓ ଅଖିଳ ପଟ୍ଟନାୟକ ପ୍ରମୁଖ ବିଜେପି ସାମିଲ ହୋଇଛନ୍ତି ।

   Related Posts