ଘୁଞ୍ଚିବ ଜେଇଇ ମେନ୍ ! ପରୀକ୍ଷା ତାରିଖରେ ପଡୁଛି ଆନ୍ଦୋଳନ

Published By : Prameya-News7 Bureau | December 26, 2019 IST

ନୂଆଦିଲ୍ଲୀ ୨୬।୧୨: ଘୁଞ୍ଚିବ କି ଜେଇଇ ମେନ୍ ପରୀକ୍ଷା ?   ଦେଶ ବ୍ୟାପି ଏକ ଧର୍ମଘଟଡାକରା କାରଣରୁ ଏପରି ପ୍ରଶ୍ନ ।,  ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ଟ୍ରେଡ୍ ୟୁନିୟନ ମାନେ ଦେଇଥିବା ଏକ ଦାବି ପତ୍ର ଯୋଗୁଁ ଏପରି ଆଶଙ୍କା  ଓ ପ୍ରଶ୍ନ ସୃଷ୍ଟି ହୋଇଛି । ଜାନୁଆରୀ ୮ ତାରିଖ ଦିନ ଜେଇଇ ମେନ୍ ପରୀକ୍ଷା ହେବାର  ଅଚି । କିନ୍ତୁ ସେହି ଦିନ ଦେଶବ୍ୟାପି ଧର୍ମଘଟ ଲାଗି ବହୁ ଆଗରୁ ଡାକରା ଦେଇଛି ୧୦ ଟି ଶ୍ରମିକ ସଂଗଠନ ବା ଟ୍ରେଡ୍ ୟୁନିୟନକୁ ନେଇ ଗଠିତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ କମିଟି, ସିଟୁ । କେନ୍ଦ୍ର ସରକାର କର୍ମଚାରୀଙ୍କ ଦାବି  ପୂରଣରେ ବିଫଳ ହୋଇଥିବା  ଦର୍ଶାଇ  ଗତ ସେପ୍ଟେମ୍ବର ୩୦ ରେ ଟ୍ରେଡ୍ ୟୁନିୟନ ମାନେ ଆଗୁଆ ଜାନୁଆରୀ ୮କୁ ଦେଶବ୍ୟାପି ଧର୍ମଘଟ ନେଇ ଘୋଷଣା କରିଥିଲେ । କିନ୍ତୁ ଏପଟେ ଜାନୁଆରୀ ୬ ଚୁ ୧୦ ମଧ୍ୟରେ ସର୍ବଭାରତୀୟ ଇଂଜିନିୟରି ଏବଂ ମେଡିକାଲ ପ୍ରବେଶିକା । ୮ ତାରିଖରେ ଜଏଣ୍ଟ  ଇଂଜିନିୟରିଂ ଏଣ୍ଟ୍ରାନ୍ସ ମେନ୍  ପରୀକ୍ଷା । ତେଣୁ ସମସ୍ୟା ଆଶଙ୍କାରେ ୮ ତାରିଖର ପରୀକ୍ଷା ଘୁଞ୍ଚାଇବାକୁ ମାନବ ସମ୍ବଳ ବିକାଶ  ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି ଟ୍ରେଡ ୟୁନିୟନ ।ତେବେ  ମନ୍ତ୍ରଣାଳୟ କିଛି ଜବାବ ଦେଇନାହାନ୍ତି ।

 ସିଟୁ ପକ୍ଷରୁ କୁହାଯାଇଛି, ଧର୍ମଘଟ ବେଳେ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହେବା ସହ କର୍ମଚାରୀ ମଧ୍ୟ ଧର୍ମଘଟରେ ସାମିଲ ହେବେ । ସାଧାରଣ ଜୀବନଯାତ୍ରା  ପ୍ରଭାବିତ ହେବ । ତେଣୁ, ଏପରି କ୍ଷେତ୍ର୍ରରେ ଶିକ୍ଷାର୍ଥୀ ବା ପରୀକ୍ଷାର୍ଥୀ ପ୍ରଭାବିତ ହେବା ଆଶଙ୍କା  ରହିଛି । ତେଣୁ ଏହି ପରିପ୍ରେକ୍ଷୀରେ ଜାନୁଆରୀ ୮ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରିଛି ସିଟୁ ।ଏନଟିଏ ଏହି ପରୀକ୍ଷା  ପରିଚାଳନା କରନ୍ତି । ତେବେ ଏନଟିଏ ସୂଚନା ଅନୁଯାୟୀ ଚଳିତ ବର୍ଷ ଜେଇଇ ରେ ୯ ଲକ୍ଷ ୩୪ ହଜାର ୬୦୮ ଜଣ ପରୀକ୍ଷା ଦେବାକୁ ଆବେଦନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

ରାଜନୀତି
ମନୋରଞ୍ଜନ

Copyright © 2024 - Summa Real Media Private Limited. All Rights Reserved.