ଆଜି ଜେଇଇ ମେନ୍ , ଓଡ଼ିଶାର ୧୭ଟି ସହରରେ ହେବ ପରୀକ୍ଷା

Published By : Prameya-News7 Bureau | February 23, 2021 IST

ଭୁବନେଶ୍ୱର ୨୩।୦୨: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜିଠାରୁ ଜେଇଇ ମେନ୍ ଆରମ୍ଭ ହେବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍ ଟିଏ) ଦ୍ବାରା ପରିଚାଳିତ ଏହି ପରୀକ୍ଷା କମ୍ପୁଟର୍ ବେସ୍ ଡ ଟେଷ୍ଟ(ସିବିଟି) ମାଧ୍ୟମରେ କରାଯିବ। ଦେଶର ୩୩୧ଟି ସହରରେ ହେବାକୁ ଥିବା ପରୀକ୍ଷା ୨୬ତାରିଖ ପର୍ଯ୍ୟନ୍ତ ଜାରି ରହିବ।

ପ୍ରତିଦିନ ଦୁଇଟି ସିଟିଂରେ ପରୀକ୍ଷା ହେବ। ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ଓ ଅପରାହ୍ ଣ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଦ୍ବିତୀୟ ସିଫ୍ଟ ପରୀକ୍ଷା କରାଯିବ। ଓଡ଼ିଶାର ୧୭ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। କରୋନା ଲାଗି ଚଳିତବର୍ଷ ୪ଟି ସେକ୍ସନ୍ ରେ ପରୀକ୍ଷା ହେଉଛି। ଏନ୍ ଟିଏ ଦ୍ବାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଫେବ୍ରୁଆରୀରେ ହେବାକୁ ଥିବା ପରୀକ୍ଷା ଲାଗି ୬ ଲକ୍ଷ ୬୧ ହଜାର ୭୬୧ ଜଣ ନାମ ଆବେଦନ କରିଛନ୍ତି। ସେହିପରି ମାର୍ଚ୍ଚ ସେକ୍ସନ ଲାଗି ୫ ଲକ୍ଷ ୪ହଜାର ୫୪୦, ଏପ୍ରିଲ ସେକ୍ସନ ପାଇଁ ୪ ଲକ୍ଷ ୯୮ ହଜାର ୯୧୦ ଓ ମେ’ ସେକ୍ସନରେ ପରୀକ୍ଷା ଦେବା ଲାଗି ୫ ଲକ୍ଷ ୯ ହଜାର ୯୭୨ ଜଣ ଆବେଦନ କରିଛନ୍ତି।

ସେହିପରି କରୋନା କଟକଣା କଡ଼ାକଡ଼ି ଭାବେ ମାନିବାକୁ ପଡିବ । କେନ୍ଦ୍ରରେ ପ୍ରବେଶ ପୂର୍ବରୁ ଥର୍ମାଲ୍‌ ସ୍କ୍ରିନିଂ କରାଯିବ । ଭିଡ଼ ନହେବା ପାଇଁ ଛାତ୍ରଛାତ୍ରୀମାନେ ପରୀକ୍ଷା ହଲ୍‌ରେ ପ୍ରବେଶ କରିବା ପରେ ତୁରନ୍ତ ବସିବାକୁ ପଡିବ ।ପରୀକ୍ଷାର୍ଥୀମାନେ ସେମାନଙ୍କ ସହିତ ୫୦ ମିଲି ସାନିଟାଇଜର୍‌ ବୋତଲ ନେବା ଜରୁରୀ । ସଂକ୍ରମଣକୁ ରୋକିବା ପାଇଁ ପ୍ରାର୍ଥୀ ସବୁବେଳେ ମାସ୍କ ପିନ୍ଧିବେ, ସାମାଜିକ ଦୂରତା ନିୟମ ନିଶ୍ଚିତ ଭାବେ ପାଳନ କରିବେ ବୋଲି ଏନଟିଏ ନିର୍ଦ୍ଦେଶ ଦେଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.