ନୂଆଦିଲ୍ଲୀ ୧୯/୧: ନ୍ୟାସନାଲ ଟେଷ୍ଟିଙ୍ଗ୍ ଏଜେନ୍ସି ଜେଇଇ ମୁଖ୍ୟ ପରୀକ୍ଷାଫଳ ପ୍ରକାଶ କରିଛି। ଏହି ପରୀକ୍ଷାରେ ଅଂଶ ଗ୍ରହଣ କରିଥିବା ଆଶାୟୀ ଆଧିକାରିକ ଓ୍ବେବସାଇଟ୍ jeemain.nic.inରେ ଯାଇ ନିଜର ପରୀକ୍ଷାଫଳ ଦେଖିପାରିବେ। କେନ୍ଦ୍ର ମାନବ ସଂସାଧନ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡ଼େକର ଜେଇଇ ମୁଖ୍ୟ ପରୀକ୍ଷାଫଳ ପ୍ରକାଶିତ ହେବାର ସୂଚନା ଦେଇଛନ୍ତି। ଏହା ପୂର୍ବରୁ ପରୀକ୍ଷାଫଳ ଜାନୁୟାରୀ ୩୦ତାରିଖରେ ପ୍ରକାଶ ପାଇବାର ଥିଲା। କିନ୍ତୁ ଏଜେନ୍ସି ପୂର୍ବରୁ ପରୀକ୍ଷା ଫଳ ଜାରି କରିଛି।
ଏଜେନ୍ସି ଜାନୁୟାରୀ ମାସରେ ଏହି ପରୀକ୍ଷାର ଆୟୋଜନ କରିଥିଲା ଏବଂ ପରୀକ୍ଷାର କିଛି ଦିନ ପରେ ପରୀକ୍ଷା ଫଳ ପ୍ରକାଶ କରିଛି। ଏହା ପୂର୍ବରୁ ଏଜେନ୍ସି ପରୀକ୍ଷାର ଉତ୍ତର ଜାରି କରିଥିଲା ଏବେ ଫଳ ପ୍ରକାଶ ଜାରି କରିଛି। ପ୍ରକାଶ ଜାଭଡ଼େକର ପରୀକ୍ଷାରେ ଭଲ କରିଥିବା ପରୀକ୍ଷାର୍ଥୀଙ୍କ ଏକ ତାଲିକା ମଧ୍ୟ ଅପଲୋଡ କରିଛନ୍ତି।
୮.୭୫ଲକ୍ଷ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ଏଥିରେ ୧୫ଜଣ ପରୀକ୍ଷାର୍ଥୀ ୧୦୦ପ୍ରତିଶତ ମାର୍କ ହାସଲ କରିଛନ୍ତି।