ଫେବୃଆରୀ ୨୩ ରୁ ୨୬ରେ ହେବ ଜେଇଇ ମେନ୍, ୪ଟି ପର୍ଯ୍ୟାୟରେ ହେବ ପରୀକ୍ଷା, ଘୋଷଣା କଲେ ଶିକ୍ଷା ମନ୍ତ୍ରୀ

Published By : Prameya-News7 Bureau | December 16, 2020 IST

ନୂଆଦିଲ୍ଲୀ ୧୬।୧୨: ଆଇଆଇଟି-ଜେଇଇ ମେନ୍ସ ୨୦୨୧ ପରୀକ୍ଷା ତାରିଖ ଘୋଷଣା ହୋଇ ଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ବୁଧବାର ଏହାର ଘୋଷଣା କରିଛନ୍ତି। ସେ କହିଛନ୍ତି, ଜେଇଇ ମେନ୍ସର ପରୀକ୍ଷା ୪ଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୨୩ ରୁ ଫେବୃଆରୀ ୨୬ ମଧ୍ୟରେ ହେବ। ଅନ୍ୟ ତିନୋଟି ପର୍ଯ୍ୟାୟ ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ହେବ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ ମେନ୍ ୨୦୨୧) ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ସେ ଟ୍ଵିଟ୍‌ର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଜେଇଇ ମେନ୍ ୨୦୨୧ ପରୀକ୍ଷା ଫେବୃଆରୀ ୨୩ ରୁ ୨୬ ମଧ୍ୟରେ ଆୟୋଜିତ ହେବ। ଏଥର ପରୀକ୍ଷା ୪ଟି ପର୍ଯ୍ୟାୟରେ ଏବଂ ୧୩ଟି ଭାଷାରେ ଆୟୋଜିତ ହେବ। ସେ କହିଛନ୍ତି ଏହି ପରୀକ୍ଷା ଫେବୃଆର, ମାର୍ଚ୍ଚ, ଏପ୍ରିଲ ଓ ମେରେ ୪ଟି ପର୍ଯ୍ୟାୟରେ ହେବ। ଏଥିରେ ପରୀକ୍ଷାର୍ଥୀ ନିଜର ସୁବିଧା ଅନୁଯାୟୀ କୌଣସି ବି ପର୍ଯ୍ୟାୟରେ ପରୀକ୍ଷା ଦେଇ ପାରିବେ।

ନିଶଙ୍କ କହିଛନ୍ତି ବିଭିନ୍ନ ଶିକ୍ଷା ବୋର୍ଡର  ପରାମର୍ଶ ଅନୁଯାୟୀ ଏନଟିଏ ନିର୍ଣ୍ଣୟ ନେଇଛି ଯେ, ପ୍ରଶ୍ନ ପତ୍ରରେ ୯୦ ମାର୍କ ରହିବ। ଏଥିରେ କେବଳ ୭୫ ପ୍ରଶ୍ନ ପତ୍ର ସବଜେକଟିଭ୍ ଏବଂ ୧୫ ମାର୍କ ବିକଳ୍ପ ରହିବ। ବିକଳ୍ପ ପ୍ରଶ୍ନ ଉପରେ ମାଇନସ୍ ମାର୍କିଂ ହେବ ନାହିଁ।

ଜେଇଇ ମେନ୍ ପରୀକ୍ଷା ମୋଟ୍ ୧୩ଟି ଭାଷାରେ ଆୟୋଜିତ ହେବ। ଏଥିରେ ଇଂରାଜୀ, ହିନ୍ଦୀ, ଗୁଜରାଟି, ବାଂଲା, ଆସାମୀ, କନ୍ନଡ, ମରାଠୀ, ମାଲାୟାଲମ, ଓଡିଆ, ତାମିଲ, ଉର୍ଦ୍ଦୁ, ତେଲୁଗୁ, ପଞ୍ଜାବୀ ଭାଷା ସାମିଲ। ଏ ପର୍ଯ୍ୟନ୍ତ ଜେଇଇ ପରୀକ୍ଷା ଇଂରାଜୀ, ହିନ୍ଦୀ, ଗୁଜରାଟୀରେ ହେଉଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.