ଜୁଲାଇ ୧୮ରୁ JEE ମେନ୍, ୨୬ରେ NEET, ଖୁବ ଶୀଘ୍ର CBSE ପରୀକ୍ଷା ଉପରେ ନିଷ୍ପତ୍ତି

Published By : Prameya-News7 Bureau | May 05, 2020 IST

ଭୁବନେଶ୍ବର୫/୫: ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍‌ଜାମ୍‌ ବା JEE ପାଇଁ ସ୍ଥିର ହେଲା ତାରିଖ।  ଜୁଲାଇ ୧୮ରୁ ଜେଇଇ ମେନ୍‌ ପରୀକ୍ଷା ଆରମ୍ଭ ହୋଇ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଜେଇଇ ଆଡଭାନ୍ସ କେବେ ହେବ ପରେ ଧାର୍ଯ୍ୟ କରାଯିବ । ସେହିପରି ଜୁଲାଇ ୨୬ରେ NEET ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ସେପଟେ ଖୁବ୍‌ ଶୀଘ୍ର ସିବିଏସ୍‌ଇ ପରୀକ୍ଷା ଉପରେ ନିଷ୍ପତ୍ତି ନିଆଯିବ। ବାକିଥିବା ଦଶମ ଓ ଦ୍ବାଦଶ ପରୀକ୍ଷା କେବେ ହେବ ତାହା ଉପରେ ନିଷ୍ପତ୍ତି ନିଆଯିବ।

{"id":265219,"sizeSlug":"large"}

ଜୁଲାଇ ୧୮ରୁ ଜେଇଇ ମେନ୍ ପରୀକ୍ଷା । ଜୁଲାଇ ୧୮ ରୁ ଜେଇଇ ମେନ୍ ଆରମ୍ଭ ହୋଇ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଜୁଲାଇ ୧୮, ୨୦, ୨୧, ୨୨, ୨୩ରେ ଜେଇଇ ପରୀକ୍ଷା ହେବ । ଜେଇଇ ଆଡଭାନ୍ସ ଅଗଷ୍ଟରେ ହେବ । ତେବେ କେଉଁ ତାରିଖରେ ହେବ ପରେ ଦିନ ଧାର୍ଯ୍ୟ କରାଯିବ । ପୂର୍ବରୁ ଜେଇଇ ଆଡଭାନ୍ସ ୧୭ ମେ ରେ ଆୟୋଜିତ ହେବାକୁ ଥିଲା । ତେବେ କରୋନା ଭାଇରସ୍‌ ପାଇଁ ଏହା ସ୍ଥଗିତ ହୋଇଥିଲା । ସେହିପରି NEET ଏଣ୍ଟ୍ରାନ୍ସ ଟେଷ୍ଟ ଜୁଲାଇ ୨୬ରେ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି । ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ଏହି ସୂଚନା ଦେଇଛନ୍ତି ।

{"id":265220,"sizeSlug":"large"}

ସେପଟେ ଖୁବଶୀଘ୍ର CBSE ର ବାକି ଥିବା ଦଶମ ଓ ଦ୍ବାଦଶ ପରୀକ୍ଷା କେବେ ହେବ ତାହା ଉପରେ ନିଷ୍ପତ୍ତି ହେବ । ଦେଶବ୍ୟାପୀ ଲକଡାଉନ ଉଠିବା ପରେ ପରୀକ୍ଷା କରିବାକୁ ସିବିଏସ୍ଇ ଚିନ୍ତା କରୁଛି ।ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ ହେବାର ୧୦ ଦିନ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଏ ସଂପର୍କରେ ଅବଗତ କରାଯିବ । ଏପ୍ରିଲ୍ ୧ରେ  ଜାରି ହୋଇଥିବା ସର୍କୁଲାର ଅନୁସାରେ ଏହି ପରୀକ୍ଷା ହେବ ।

{"id":265221,"sizeSlug":"large"}

ସିବିଏସ୍‌ଇ ଦଶମ ପରୀକ୍ଷା ମାର୍ଚ୍ଚ ୨୦ରେ ଶେଷ ହେଉଥିଲା । ହେଲେ ଦିଲ୍ଲୀରେ ଦଙ୍ଗା ଯୋଗୁଁ ପୂର୍ବ ଦିଲ୍ଲୀ ସ୍ଥିତ ସ୍କୁଲ୍‌ର ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷା ବାତିଲ ହୋଇଥିଲା । ତେଣୁ ଯେଉଁ ଛାତ୍ରଛାତ୍ରୀମାନେ ଦଙ୍ଗା ଯୋଗୁଁ ଦଶମ ପରୀକ୍ଷା ଦେଇ ନାହାନ୍ତି କେବଳ ସେହିମାନେ ହିଁ ବାକି ପରୀକ୍ଷା ଦେବେ ।  ଇଂଜିନିୟରିଂ କୋର୍ସରେ ଆଡମିସନ୍ ପାଇଁ ଜେଇଇ ପରୀକ୍ଷା ଓ ମେଡିକାଲ୍ କୋର୍ସରେ ଆଡମିସନ୍ ପାଇଁ ନିଟ୍‌ ପରୀକ୍ଷା ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.