ଆଜି ଜେଇଇ ଆଡଭାନ୍ସଡ ପରୀକ୍ଷା
20/05/2018 at 7:22 AM

ଆଜି ଜେଇଇ ଆଡଭାନ୍ସଡ ପରୀକ୍ଷା। ଦେଶର ସମସ୍ତ ଆଇଆଇଟି ସମେତ ଧାନବାଦସ୍ଥିତ ଆଇଏସଏମରେ ନାଁ ଲେଖାଇବା ଲାଗି ଆଜି ଜେଇଇ ଆଡଭାନ୍ସଡ ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ଏଥିପାଇଁ ରାଜ୍ୟରେ ଭୁବନେଶ୍ବର,କଟକ,ବ୍ରହ୍ମପୁର ଓ ରାଉରକେଲାରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଏବର୍ଷ ମୋଟ ୨ ଲକ୍ଷ ୩୧ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଓଡିଶାରୁ ୬୦୦୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଆଜି ଦୁଇଟି ସିଟିଂରେ ହେବ ପରୀକ୍ଷା। ପେପର ୧ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ।ଯାଏ ଚାଲିବ। ପେପର ୨ ପରୀକ୍ଷା ଅପରାହ୍ନ ୨ଟାରୁ ୫ଟା ଯାଏ ଚାଲିବ। ଜୁନ୍ ୧୦ରେ ପ୍ରକାଶ ପାଇବ ରେଜଲ୍ଟ। ଛାତ୍ରଛାତ୍ରୀମାନେ ପରୀକ୍ଷା ହଲକୁ କଲମ କିମ୍ବା ପେନସିଲ ନେଇପାରିବେନି। ସିବିଏସଇ କର୍ତ୍ତୃପକ୍ଷ ସେମାନଙ୍କୁ ଏସବୁ ଯୋଗାଇଦେବେ। ସେହିପରି ଛାତ୍ରଛାତ୍ରୀମାନଙ୍କୁ ଘଣ୍ଟା,ମୁଦି,କାନଫୁଲ କିମ୍ବା କୌଣସି ଗହଣା ଆଦି ପିନ୍ଧି ପରୀକ୍ଷା ହଲକୁ ଯିବାକୁ ବାରଣ କରାଯାଇଛି। ପରୀକ୍ଷା ହଲରେ ମୋବାଇଲ ଫୋନ,କାଲକୁଲେଟର,ଇଲୋକ୍ଟ୍ରୋନିକ ସାମଗ୍ରୀ, ନେଇ ଯିବାକୁ ମଧ୍ୟ ନିଷେଧ ଜାରି କରାଯାଇଛି।