କନିଷ୍ଠ ଯନ୍ତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ
18/05/2018 at 10:41 AM

ଚିକିଟିରେ ଅଭାବନୀୟ ଘଟଣା। ଚିକିଟି ବ୍ଳକ୍ ରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ମଣିମାଳା ବେଉରାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ଜଣାପଡିଛି। ଚିକିଟି ବ୍ରହ୍ମାନଗର ଅଞ୍ଚଳ ସମ୍ମୁଖ ରାସ୍ତା ରେ ଥିବା ଏକ ଗଳିରେ ଭଡା ଘରେ ରହୁଥିଲେ ମଣିମାଳା। ମୃତକ ମଣିମାଳା ଏବଂ ତାଙ୍କ ସ୍ବାମୀ ଦେବାଶିଷ ନନ୍ଦ ଏକତ୍ର ଭାବେ ଭଡା ଘରେ ରହୁଥିଲେ। ସ୍ବାମୀ ଦେବାଶିଷ ଚିକିଟି ଏନ୍.ଏ.ସି କାର୍ଯ୍ୟାଳୟରେ ଏକାଉଣ୍ଟେଣ୍ଟ୍ ଭାବେ କାର୍ଯ୍ୟରତ ଅଛନ୍ତି। ସ୍ବାମୀ, ସ୍ତ୍ରୀ ଦୁହେଁ ଚାକିରୀ ଜୀବନରେ ବ୍ୟସ୍ତ ଥିବା ବେଳେ ମଣିମାଣାଙ୍କ ମୃତ୍ୟୁ କେମିତି ଘଟିଲା କାହିଁକି ମୃତ୍ୟୁ କରିଲେ ତାକୁ ଉଠିଛି ଅନେକ ପ୍ରଶ୍ନ ! ଆଜି ଦିନ ୧୧ ଘଣ୍ଟ ସମୟରେ ଘର ଭିତରେ କନିଷ୍ଠ ଯନ୍ତ୍ରୀ ମଣିମାଳାଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ପହଞ୍ଚିବା ପରେ ଚିକିଟି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଙ କରିଛନ୍ତି। ଝୁଲନ୍ତା ଅବସ୍ଥାରେ ମୃତ ଦେହକୁ ଉଦ୍ଧାର କରାଯାଇଥିବା ପୁଲିସ କହିଛି। ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ କହିଛି। ମୃତକ ମଣିମାଳାଙ୍କ ୧୦ ମାସର ଏକ ସନ୍ତାନ ଥିବା ଜଣାପଡିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।