ବୁର୍ଲା ଭିମସାରରେ ନିର୍ଦ୍ଦେଶକ ପ୍ରଫେସର ଅଶ୍ବିନୀ ପୂଜାହାରୀଙ୍କୁ ନେଇ ପୁଣି ବିବାଦ ; କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ ଦେଲା ଭିମସାର ଜେଡିଏ

Published By : Prameya-News7 Bureau | November 16, 2018 IST

ସମ୍ବଲପୁର ୧୬|୧୧: ବୁର୍ଲା ଭିମସାରରେ ନିର୍ଦ୍ଦେଶକ ପ୍ରଫେସର ଅଶ୍ବିନୀ ପୂଜାହାରୀଙ୍କୁ ନେଇ ପୁଣି କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତ୍ତି। ଭିମସାର ଜୁନିୟର ଡାକ୍ତର ଆସୋସିଏସନ୍-ଜେଡିଏ, ଏଥିପାଇଁ ରାଜ୍ୟ ସରକାରଙ୍କୁ ୪୮ଘଣ୍ଟାର ମହଲତ ଦେଇଛି । ୪୮ଘଣ୍ଟା ମଧ୍ୟରେ ଭିମସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ବିନୀ ପୂଜାହାରୀଙ୍କୁ ତାଙ୍କ ପଦରୁ ହଟା ନଗଲେ ତେବେ ଜେଡିଏ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ଜେଡିଏ ପକ୍ଷରୁ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପତ୍ର ଲେଖାଯାଇଛି।  ପ୍ରଫେସର ପୂଜାହାରୀ, ଶ୍ରେଣୀ କକ୍ଷରେ ମେଡିକାଲ  କଲେଜର ଡିନ୍ ଙ୍କୁ ସମସ୍ତଙ୍କର ସାମ୍ନାରେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା, ରୋଗୀଙ୍କୁ ହଇରାଣ ହରକତ କରିବା, ବିଭିନ୍ନ ୱାର୍ଡ ବୁଲି ଡାକ୍ତରଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବା ସହ, କଥା କଥାକେ ଡାକ୍ତରଙ୍କ କ୍ୟାରିୟର ନଷ୍ଟ କରିଦେବା ଭଳି ଧମକ ଦେଇ ଆସୁଥିବା ଅଭିଯୋଗ ହୋଇଛି। ଜୁନିୟର ଡାକ୍ତରଙ୍କ ସହିବାର ସୀମା ଟପିଯାଇଥିବାରୁ ନିର୍ଦ୍ଦେଶକଙ୍କୁ ତୁରନ୍ତ ହଟାନଗଲେ କାମ କରିବା ଅସମ୍ଭବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.