ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ବୁର୍ଲା ଭିମ୍‌ସାର ନିର୍ଦ୍ଦେଶକଙ୍କୁ ପଦବୀରୁ ହଟାଇବା ଦାବି ; ଆଜିଠାରୁ ଜେଡିଏର ରୋଗୀସେବା ବନ୍ଦ

19/11/2018 at 11:55 AM

ସମ୍ବଲପୁର ୧୯|୧୧:  ବୁର୍ଲା ଭିମସାରର ନିର୍ଦ୍ଦେଶକ ପ୍ରଫେସର ଅଶ୍ବିନୀ ପୂଜାହାରୀଙ୍କୁ ପଦବୀରୁ ହଟାଇବା ଦାବିରେ ଗତ ଦୁଇଦିନ ହେଲା ଚାଲିଥିବା ଆନ୍ଦୋଳନ ଆଜି ଚରମସୀମାରେ ପହଞ୍ଚିଛି । ଆଜିଠାରୁ ଜେଡିଏ ସମସ୍ତ ପ୍ରକାର ରୋଗୀସେବା ବନ୍ଦ କରିଦେଇଛି । ତିନିଦିନ ତଳେ ରାଜ୍ୟ ସରକାରଙ୍କୁ ଜେଡିଏ ଚିଠି ଲେଖି ନିର୍ଦ୍ଦେଶକ ପ୍ରଫେସର ପୂଜାହାରୀଙ୍କୁ ତାଙ୍କ ପଦବୀରୁ ହଟାଇବା ଦାବି କରିଥିଲା । ସେଥିରେ ସରକାରଙ୍କୁ ୪୮ଘଣ୍ଟାର ମହଲତ ଦେଇଥିଲା । ହେଲେ ରାଜ୍ୟ ସରକାର ୪ଦିନ ପରେ ମଧ୍ୟ ଚିଠିର କୌଣସି ଉତ୍ତର ଦେଇନଥିବା ବେଳେ, ଜେଡିଏ ସହ ଆଲୋଚନା ମଧ୍ୟ କରିନାହାଁନ୍ତି । ଫଳରେ ଆଜିଠାରୁ ଓପିଡି, ଆଇପିଡି ସହ ସମସ୍ତ ରୋଗୀସେବା ବନ୍ଦ କରିଦେଇଛି ଜେଡିଏ । ଫଳରେ ଆଜିଠାରୁ ରୋଗୀସେବା ବିପର୍ଯ୍ୟସ୍ତ ହେବା ଆଶଙ୍କା ରହିଛି । ସେପଟେ ନିଜ ବିରୋଧରେ ଜେଡିଏ ଆଣିଥିବା ସମସ୍ତ ୧୦ଟି ଅଭିଯୋଗର, ନିରପେକ୍ଷ ତଦନ୍ତ କରିବାକୁ, ନିର୍ଦ୍ଦେଶକ ପ୍ରଫେସର ଅଶ୍ବିନୀ ପୂଜାହାରୀ ରାଜ୍ୟପାଳଙ୍କ ନିକଟକୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଗତ ୬ମାସ ତଳେ ମଧ୍ୟ ନିର୍ଦ୍ଦେଶକ ପ୍ରଫେସର ଅଶ୍ବିନୀ ପୂଜାହାରୀଙ୍କୁ କାର୍ଯ୍ୟରୁ ହଟାଇଦାବିରେ ୨୭ଦିନ ଆନ୍ଦୋଳନ କରିଥିଲା ଜେଡିଏ । ହେଲେ ରାଜ୍ୟ ସରକାରଙ୍କ କଡା ଆଭିମୁଖ୍ୟ ଓ ଜନମତ ଚାପରେ ଆସି ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଥିଲା ।

   Related Posts