ବେଆଇନ ଜବର ଦଖଲ ଉପରେ ଚାଲିଲା ଜେସିବି, ମାଟିରେ ମିଶିଲା ପାନଠୁ ନେଇ ମଦ ଦୋକାନ

Published By : Prameya-News7 Bureau | November 27, 2020 IST

ରାଇରଙ୍ଗପୁର ୨୭।୧୧: ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଡାକ୍ତରଖାନା,ସ୍କୁଲ ଆଦି ସମ୍ମୁଖରେ ବଢିଚାଲିଛି ଜବର ଦଖଲ। ସରକାରୀ ଜାଗାକୁ ଦଖଲ କରି ପାନ ଘୁଟକା ଦୋକାନଠୁ ଆରମ୍ଭ କରି ହୋଟେଲ ଏପରି କି ମଦ ଦୋକାନ ମଧ୍ୟ ଚାଲୁଥିଲା। ପରିବେଶକୁ ଦୂଷିତ କରିବା ସହିତ ଟ୍ରାଫିକ ସମସ୍ୟା ମଧ୍ୟ ଲାଗି ରହିଥିଲା। ତା ସହିତ ଅନେକ ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳି ବି ପାଲଟି ଥିଲା। କିନ୍ତୁ ଡେରିରେ ହେଲେ ମଧ୍ୟ  ପ୍ରଶାସନର ନିଦ ଭାଙ୍ଗିଛି। ପ୍ରଶାସନର ଜବର ଦଖଲ ଉଚ୍ଛେଦ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି। ଏପରି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବିଜାତଳାରେ।

{"id":368519,"sizeSlug":"large"}

ବିଜାତଳାର ଡାକ୍ତରଖାନା ଆଖ ପାଖ ଅଞ୍ଚଳରେ ବେଆଇନ ଜବର ଦଖଲ ଦିନକୁ ଦିନ ବୃଦ୍ଧି ପାଉଥିବା ଅଭିଯୋଗ ହୋଇ ଆସୁଥିଲା। କିଛିମାସ ପୂର୍ବରୁ ଏକ କେନ୍ଦ୍ରୀୟ  କାୟାକଳ୍ପ ଟିମ ପରିଦର୍ଶନରେ ଆସି ଡାକ୍ତରଖାନାର ଚାରିପାର୍ଶ୍ୱକୁ ଜବରଦଖଲ ମୁକ୍ତ କରିବାକୁ ସୁପାରିଶ କରିଥିଲେ। ସେଇ ପରିପ୍ରେକ୍ଷୀରେ ଆଜି ବିଜାତଳା ତହସିଲଦାର ଲାଲଟେନ୍ଦୁ ସିଂଙ୍କ ନେତୃତ୍ୱରେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ କରାଯାଇଛି।

ଜେସିବି ମେସିନ ଦ୍ଵାରା ଡାକ୍ତରଖାନା ସମ୍ମୁଖ ଓ ପାର୍ଶ୍ଵରେ ଥିବା ବେଆଇନ ଦୋକାନ ଗୃହ ସବୁକୁ ଭଙ୍ଗା ଯାଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ନଜର ରଖି ରାଇରଙ୍ଗପୁର ତହସିଲଦାର ଜଗତ ରଞ୍ଜନ ବେହେରା ଓ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ଶତପଥୀ ମାଜିଷ୍ଟ୍ରେଟ ଡାଇତ୍ୱରେ ଉପସ୍ଥିତ ରହିବା ସହିତ ବ୍ୟାପକ ପୁଲିସ ବନ୍ଦବସ୍ତ କରା ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.