ଚଣ୍ଡିଖୋଲ ୨୫।୬: ବେଆଇନ ମୋରମ ଚାଲାଣ ବେଳେ ଯାଜପୁର ଜିଲ୍ଲା ବୈରୀ ପୋଲିସର ଚଢ଼ାଉ । ଜେସିବି ମେସିନ ସହ ହାଇୱା ଜବତ ।
{"id":471059,"width":751,"height":412,"sizeSlug":"large","linkDestination":"none"}ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ବୈରୀ ଥାନା ଅଧୀନ ବାଘୁଆ ମୌଜାରେ ଦୀର୍ଘ ଦିନ ଧରି ବେଆଇନ ମୋରମ ଚାଲାଣ ହେଉଥିଲା । କୌଣସି ଲିଜ ନଥାଇ ଏଠାରୁ ମେସିନ ସାହାଯ୍ୟରେ ମୋରମ ଉତ୍ତୋଳନ କରି ଟ୍ରକ୍ ଟ୍ରକ୍ ମୋରମ ଅନ୍ୟତ୍ର ଚାଲାଣ ହେଉଥିଲା । ଏ ନେଇ ବୈରୀ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଜେସିବି ମେସିନକୁ ଜବତ କରିବା ସହ ଗୋଟିଏ ହାଇୱାକୁ ଜବତ କରିଛି । ଏଥିରେ ସମ୍ପୃକ୍ତି ଥିବା ଦୁଇ ଜଣକୁ ଅଟକ ରଖିଛି ପୋଲିସ।