ରାଜନୈତିକ ଲାଭ ପାଇଁ ଦୁଃଖଦ ଐତିହାସିକ ଘଟଣାବଳିକୁ ଉପଯୋଗ କରୁଛନ୍ତି ମୋଦି : ଜୟ ରାମ ରମେଶ

Published By : Prameya-News7 Bureau | August 14, 2022 IST

ନୂଆଦିଲ୍ଲୀ ୧୪।୮: ବିଜେପି ଅଗଷ୍ଟ ୧୪ ତାରିଖକୁ ଦେଶରେ ‘ବିଭାଜନ ବିଭିଷିକା ସ୍ମୃତି ଦିବସ’ ଭାବେ ପାଳନ କରୁଛି। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସ୍ତବିକ ମାନସିକତା ଉପରେ କଂଗ୍ରେସ ସାଧାରଣ ସମ୍ପାଦକ (ସଞ୍ଚାର) ଜୟରାମ ରମେଶ ରବିବାର ପ୍ରଶ୍ନ ଉଠାଇଛନ୍ତି। ତେବେ ବିଭାଜନର ଭୟାବହତାକୁ ଦେଶରେ ଘୃଣା ଓ ପୂର୍ବାଗ୍ରହ ଭାବନାକୁ ଉସକାଇବା ଲାଗି ହେବା ଉଚିତ ନୁହେଁ ବୋଲି ଜୟରାମ ରମେଶ କହିଛନ୍ତି।

wp:html /wp:html

ଏ ନେଇ ରମେଶ ରବିବାର ସିରିଏଲ ଟ୍ୱିଟ୍‌ କରିଛନ୍ତି। ଏହି ଟ୍ୱିଟ୍‌ ସିରିଜ୍‌ରେ ରମେଶ ବିଭାଜନ ଲାଗି ପ୍ରାଣବଳୀ ଦେଇଥିବା ଲୋକଙ୍କ ବଳିଦାନକୁ କେବେ ଭୁଲି ହେବନି କି ସେମାନଙ୍କୁ ଅପମାନିତ କରିହେବନି ବୋଲି କହିଛନ୍ତି। ଏଣୁ ୧୪ ଅଗଷ୍ଟ ଦିନଟିକୁ ପ୍ରଧାନମନ୍ତ୍ରୀ ଏପରି ଏକ ଦିନ ଭାବେ ପାଳନ କରିବା ତାଙ୍କ ବାସ୍ତବ ମାନସିକତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ଜୟରାମ ରମେସ ଉଲ୍ଲେଖ କରିଛନ୍ତି। ହୁଏତ ସେ ଏହାକୁ ନିଜର ରାଜନୈତିକ ଲାଭ ପାଇଁ କରୁଥାଇ ପାରନ୍ତି ତେବେ ଏଥିରୁ ଘୃଣା ଉଦ୍ରେକ କରିବା ମଧ୍ୟ ତାଙ୍କର ଉଦ୍ଦେଶ୍ୟ ହୋଇପାରେ ବୋଲି ଉଲ୍ଲେଖ କରିଛନ୍ତି।

ଏଥିରେ ରମେଶ ଆଉ ଗୋଟିଏ ଟ୍ୱିଟ୍‌ ମଧ୍ୟ କରିଛନ୍ତି। ଆଜିର ଦିନରେ ପ୍ରଧାନମନ୍ତ୍ରୀ ଜନସଂଘର ସଂସ୍ଥାପକ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ମନେ ପକାଇବେ କି ବୋଲିପ୍ରଶ୍ନ କରିଛନ୍ତି। ଶରତ ଚନ୍ଦ୍ର ବୋଷଙ୍କ ଇଚ୍ଛା ବିରୋଧରେ ଶ୍ୟାମାପ୍ରସାଦ ମୁଖାର୍ଜୀ ବଙ୍ଗ ବିଭାଜନକୁ ସମର୍ଥନ କରିଥିଲେ ଓ ବିଭାଜନର ପରିଣାମ ସ୍ପଷ୍ଟ ରୂପେ ସାମ୍ନାକୁ ଆସିବା ବେଳକୁ  ସ୍ୱତନ୍ତ୍ର ଭାରତର ପ୍ରଥମ କ୍ୟାବିନେଟରେ ସେ ସଦସ୍ୟ ଥିଲେ ବୋଲି ରମେଶ ଉଲ୍ଲେଖ କରିଛନ୍ତି।

wp:embed {"url":"https://twitter.com/Jairam_Ramesh/status/1558683657111732224","type":"rich","providerNameSlug":"twitter","responsive":true}
https://twitter.com/Jairam_Ramesh/status/1558683657111732224
/wp:embed

ସେହିପରି ରମେଶ ତାଙ୍କ ଟ୍ୱିଟ୍‌ ସିରିଜରେ ଆଉ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଯେଉଁଥିରେ ଦେଶକୁ ବାଣ୍ଟିବା ଲାଗି ଆଧୁନିକ ସାବରକର ଓ ଜିନ୍ନାଙ୍କ ପ୍ରୟାସ ଜାରିଥିବା ବେଳେ  କଂଗ୍ରେସ ଗାନ୍ଧି, ନେହେରୁ, ପଟେଲ ଓ ଅନ୍ୟ ନେତାଙ୍କ ପରି ଦେଶକୁ ଏକଜୁଟ କରିବା କାମରେ ଆଗକୁ ବି  କାମ କରୁଥିବ ବୋଲି ଉଲ୍ଲେଖ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.