ଭାରତ ଯୋଡୋ ଯାତ୍ରା: ଜୟରାମ ରମେଶ କହିଲେ ଇନ୍ଦିରା ଗାନ୍ଧି ଜୟନ୍ତୀରେ ରାହୁଲଙ୍କ ସହ ଚାଲିବେ କେବଳ ମହିଳା

Published By : Prameya-News7 Bureau | November 17, 2022 IST

ଅକୋଲା ୧୭।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଜୟନ୍ତୀ ଅବସରରେ ନଭେମ୍ବର ୧୯ ତାରିଖ ଦିନ ରାହୁଲ ଗାନ୍ଧି କେବଳ ମହିଳାଙ୍କ ସହ ଭାରତ ଯୋଡୋ ଯାତ୍ରା କରିବେ। ପାର୍ଟିର ବରିଷ୍ଠ ନେତା ତଥା ପ୍ରଚାର ବିଭାଗ ସାଧାରଣ ସମ୍ପାଦକ ଜୟରାମ ରମେଶ ଗୁରୁବାର ଏହି ସୂଚନା ଦେଇଛନ୍ତି। ରମେଶ ଅକୋଲା ଜିଲ୍ଲା ବାଡେଗାଓଁରେ ଗଣମାଧ୍ୟମ ସହ ଆଲୋଚନାରେ ସେ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଜୟନ୍ତୀ ଅବସରରେ ନଭେମ୍ବର ୧୯ ତାରିଖ ଦିନ କେବଳ ମହିଳା ମାନେ ରାହୁଲଙ୍କ ସହ ପଦଯାତ୍ରା କରିବେ।

{"id":710464,"width":840,"height":473,"sizeSlug":"full","linkDestination":"none"}

ସେ କହିଛନ୍ତି ଯେ ୧୯ ନଭେମ୍ବର ଯାତ୍ରାର ଉଭୟ ଅଧିବେଶନ (ଭୋଜନ ପୂର୍ବ ଓ ମଧ୍ୟାହ୍ନ ଭୋଜନ ପରେ)ରେ କଂଗ୍ରେସ୍ ଓ ସମ୍ପର୍କିତ ଶାଖାଙ୍କ ମହିଳା କାର୍ଯ୍ୟକର୍ତ୍ତାମାନେ ପଦଯାତ୍ରାରେ ଭାଗ ନେବେ। ମହାରାଷ୍ଟ୍ର ଓ ଦେଶର ଅନ୍ୟ ଭାଗରୁ ପାର୍ଟିର ମହିଳା ଜନପ୍ରତିନିଧି ମଧ୍ୟ ସେଦିନ ପଦଯାତ୍ରାରେ ସାମିଲ ହେବେ।

{"id":710465,"width":839,"height":913,"sizeSlug":"full","linkDestination":"none"}

କଂଗ୍ରେସର ଲୋକ ସମ୍ପର୍କ ଉପାୟ ‘ଭାରତ ଯୋଡୋ ଯାତ୍ରା’ ନଭେମ୍ବର ୭ ତାରିଖ ଦିନ ମହାରାଷ୍ଟ୍ର ପହଞ୍ଚିଥିଲା। ଯାହା ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳ ଦେଇ ଆଗକୁ ବଢୁଛି। ନାନ୍ଦେଡ ଦେଇ ମହାରାଷ୍ଟ୍ରକୁ ଯାତ୍ରା ପ୍ରବେଶ କରିବା ପରେ ଯାତ୍ରା ହିଙ୍ଗୋଲୀ ଏବଂ ୱାସିମ ଜିଲ୍ଲା ଅତିକ୍ରମ କରିଛି। ଏବେ ଓକୋଲାରେ ପହଞ୍ଚିଥିବା ଯାତ୍ରା ବୁଲଢଣା ଜିଲ୍ଲା ଅତିକ୍ରମ କରିବା ପରେ ନଭେମ୍ବର ୨୦ ତାରିଖ ଦିନ ମଧ୍ୟପ୍ରଦେଶକୁ ପ୍ରବେଶ କରିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.