Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କାଳବୈଶାଖୀରେ ପ୍ରଭାବିତ ଜୟପୁରର ଏକମାତ୍ର ଷ୍ଟାଡିୟମ, ତୁରନ୍ତ ମରାମତି କରାନଗଲେ ଷ୍ଟାଡିୟମଟି ସମ୍ପୂର୍ଣ୍ଣ ନଷ୍ଟ ହେବା ଆଶଙ୍କା

8/06/2019 at 4:17 PM

ଜୟପୁର ୮|୬: ୧୫ ଦିନ ତଳେ ହୋଇଥିବା କାଳବୈଶାଖୀ ଜୟପୁର ସହରରେ ଅନେକ କ୍ଷୟକ୍ଷତି କରିଥିଲା । ସହରର ଏକ ମାତ୍ର ଇନଡୋର ଷ୍ଟାଡିୟମର ଟିଣ ନାହିଁ । ଷ୍ଟାଡିୟମ ଭିତରକୁ ବର୍ଷା ପାଣି ପଶୁଥିବାରୁ ଏଠାରେ ଆଉ ଖେଳ ହୋଇପାରୁନି । ୧୫ ଦିନରୁ ଅଧିକ ସମୟ ବିତି ଯାଇଥିଲେ ବି ପ୍ରଶାସନ କିନ୍ତୁ ମରାମତି ଦିଗରେ ଆନ୍ତରିକତା ଦେଖାଉନଥିବା ଅଭିଯୋଗ ହୋଇଛି । ତୁରନ୍ତ ଏହାକୁ ମରାମତି କରାନଗଲେ କୋଟିଏ ଟଙ୍କାରେ ନିର୍ମିତି ଏହି ଷ୍ଟାଡିୟମଟି ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ଦେଖା ଦେଇଛି ।

ଇଏ ହେଉଛି ଜୟପୁର ଲିଙ୍ଗରାଜନଗରଠାରେ  ଥିବା ସହରର ଏକ ମାତ୍ର ଇନଡୋର ଷ୍ଟାଡିୟମ । କୋଟିଏ  ଟଂକାରେ ନିର୍ମିତ ଏହି ଷ୍ଟାଡିୟମ ବର୍ଷେ ତଳେ କାର୍ଯ୍ୟକ୍ଷମ ହୋଇଥିଲା । ଆଉ ବର୍ଷକ ପରେ ଦେଖନ୍ତୁ ଷ୍ଟାଡିୟମର ଅବସ୍ଥା । ୧୫ ଦିନ ତଳେ ଆସିଥିବା କାଳବୈଶାଖୀରେ ଷ୍ଟାଡିୟମ ଛାତ ଉପରୁ ଟିଣ ଉଡିଯାଇଛି । ବର୍ଷା ପାଣି ସବୁ ଏବେ ଷ୍ଟାଡିୟମ ଭିତରେ ପଡୁଛି ।

ଫଳରେ ଚଟାଣରେ ଥିବା ସିନ୍ଥେଟିକ ମ୍ୟାଟ୍ ଏବେ ନଷ୍ଟ ହେବା ଉପରେ ।କେବଳ ଏତିକି ନୁହଁ ନିମ୍ନ ମାନର କାମ ଯୋଗୁଁ କାନ୍ଥ ବି ଫାଟିଛି । ଯେକୌଣସି ସମୟରେ କାନ୍ଥ ଖସି ଯାଇପାରେ । ଆଉ  ଏହି କାରଣରୁ ଗତ ୧୫ ଦିନ ହେଲା ଏଠାରେ ଖେଳକୁଦ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । କାଳବୈଶାଖୀକୁ ୧୫ ଦିନରୁ ଅଧିକ ସମୟ ହୋଇଥିଲେ ବି ପ୍ରଶାସନ କିନ୍ତୁ ଏହାକୁ ମରାମତି କରିବାକୁ ତତ୍ପରତା ଦେଖାଇ ନାହିଁ । ଆଗକୁ ବର୍ଷା ଦିନ ଆସୁଛି । ତୁରନ୍ତ ଏହାର ମରାମତି କରାନଗଲେ କୋଟିଏ ଟଂକା ପାଣିରେ ପଡ଼ିବା ସାର ହେବ ।

ଷ୍ଟାଡିୟମ ସମସ୍ୟା ନେଇ  ଖେଳାଳିମାନେ ଜୟପୁର ଉପଜିଲ୍ଲପାଳଙ୍କ ଦ୍ବାରସ୍ତ ବି ହୋଇଛନ୍ତି । ତୁରନ୍ତ ମରାମତି ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ସେ ନେଇ ହିସାବ କରି ରିପୋର୍ଟ ଦେବାକୁ ପୌରପାଳିକାର ଯନ୍ତ୍ରୀଙ୍କୁ  ନିର୍ଦେଶ ଦିଆଯାଇଛି ।  ଖର୍ଚ୍ଚ ହିସାବ ଆସିବା ପରେ ଆବଶ୍ୟକ ପଦକ୍ଷେପ ନେଇ ତୁରନ୍ତ ଷ୍ଟାଡିୟମ ମରାମତି କରାଯିବ ବୋଲି କହିଛନ୍ତି ଜୟପୁର ଉପଜିଲ୍ଲାପାଳ।

ଷ୍ଟାଡିୟମଟି ୨୦୧୨ରେ ନିର୍ମିତ ହୋଇଥିଲେ ବି ବିଭିନ୍ନ କାରଣରୁ ୪ ବର୍ଷ ପରେ କାର୍ଯ୍ୟକ୍ଷମ ହୋଇଥିଲା। ଆଉ କାର୍ଯ୍ୟକ୍ଷମ ହେବାର ବର୍ଷକ ପରେ ଷ୍ଟାଡିୟମର ଏପରି ସ୍ଥିତିକୁ ନେଇ ଚିନ୍ତାରେ ଖେଳାଳି।

   Related Posts