ଅରବିନ୍ଦ ଢାଲିଙ୍କୁ ଅଣ୍ଡା ମାଡ, ଏକ କାର୍ଯ୍ୟକ୍ରମକୁ ଯୋଗଦେବାକୁ ଯାଉଥିଲେ ବିଧାୟକ

Published By : Prameya-News7 Bureau | December 07, 2022 IST

ବାଲିପାଟଣା ୦୭।୧୨ : ଅରବିନ୍ଦ ଢାଲିଙ୍କୁ ଅଣ୍ଡା ମାଡ। ଜୟଦେବ ବିଧାୟକ ଅରବିନ୍ଦ ଢାଲିଙ୍କୁ ଅଣ୍ଡା ମାଡ କଲେ ବିଜେଡିର ଏକ ଗୋଷ୍ଠୀ । ବାଲିପାଟଣା ଛକରେ ହୋଇଛି ଅଣ୍ଡା ମାଡ। ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିଲେ ବିଧାୟକ ।

wp:gallery {"linkTo":"none"} /wp:gallery

ସୂଚନା ଥାଉକି, ଜୟଦେବ ବିଧାୟକ ଅରବିନ୍ଦ ଢାଲିଙ୍କୁ ବାଲିପାଟଣା ଛକରେ ବିଜେଡ଼ିର ଏକ ଗୋଷ୍ଠୀ ଅଣ୍ଡା ମାଡ କରିବା ସହ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ବାଲିପାଟଣା ଶିଶୁ ଅନନ୍ତ ପୀଠରେ ଆୟୋଜିତ ଶିଶୁ ଅନନ୍ତ ଜୟନ୍ତୀରେ ଯୋଗ ଦେବା ପାଇଁ ବିଧାୟକ ଆସିବା ବେଳେ ତାଙ୍କୁ ପ୍ରବଳ ବିରୋଧ ହୋଇଛି । ବିଧାୟକ ଅଂଚଳରେ ଉନ୍ନୟନ କାର୍ଯ୍ୟରେ ସହଯୋଗ କରୁନଥିବା ବିରୋଧି ଗୋଷ୍ଠୀ ଅଭିଯୋଗ ଆଣିଛନ୍ତି ।

wp:gallery {"linkTo":"none"} /wp:gallery

ବିଧାୟକଙ୍କୁ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ବିରୋଧ କରିବା, କଳା ପତାକା ଦେଖାଯିବା ସହ ମହିଳା ମାନେ ବିଧାୟକଙ୍କ ଗାଡ଼ି ସାମ୍ନାରେ ବସି ରହିଥିଲେ । ଶେଷରେ ବିଧାୟକ ଙ୍କ ଗାଡ଼ି ପଛକୁ ଫେରିଥିଲା । ପରିସ୍ଥିତିକୁ ସମ୍ଭାଳିବାକୁ ପୋଲିସକୁ ନାକେଦମ୍ ହେବାକୁ ପଡିଥିଲା । ବିଧାୟକଙ୍କୁ ଅଣ୍ଡା ଫିଙ୍ଗିବା ଅଭିଯୋଗରେ ଜଣେ ଯୁବକକୁ କାବୁ କରି ଥାନାରେ ଅଟକ ରଖିଛି ବାଲିପାଟଣା ଥାନା ପୋଲିସ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.