ଜେଜେଙ୍କୁ ଭାରତ ରତ୍ନ ମିଳିବା ପରେ ବିଜେପି ସହ ମେଣ୍ଟ କରିବାକୁ ଘୋଷଣା କଲେ ଆର୍‌ଏଲ୍‌ଡି ମୁଖ୍ୟ ଜୟନ୍ତ ଚୌଧୁରୀ

Published By : Prameya-News7 Bureau | February 09, 2024 IST

ଲକ୍ଷ୍ନୌ:  ଆସନ୍ତା ଲୋକସଭା ନିର୍ବାଚନ ପାଇଁଉତ୍ତର ପ୍ରଦେଶରେ ବିଜେପି ସହ ମେଣ୍ଟ କରିବ ରାଷ୍ଟ୍ରୀୟ ଲୋକ ଦଳ (ଆର୍‌ଏଲ୍‌ଡି)। ଦଳର ମୁଖ୍ୟ ଜୟନ୍ତ ଚୌଧୁରୀ ଏହି ସୂଚନା ଦେଇଛନ୍ତି। ଜୟନ୍ତ ଚୌଧୁରୀଙ୍କ ଜେଜେ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଚଧୁରୀ ଚରଣ ସିଂହଙ୍କୁ ପ୍ରଧାନମନ୍ତ୍ରୀ ଘୋଷଣା କରାଯିବାର କିଛି ଘଣ୍ଟା ପରେ ଜୟନ୍ତ ଚୌଧୁରୀ ବିଜେପି ସହ ମିଶିବାକୁ ନିଷ୍ପତ୍ତି ନେଇଛନ୍ତି।

ବିଜେପି ସହ ମିଶିବାକୁ ଥୟ କି ବୋଲି ପ୍ରଶ୍ନ କରିବାରୁ ଶ୍ରୀ ଚୌଧୁରୀ କହିଛନ୍ତି ଯେ ଅଫରକୁ ମନା କରିପାରିଲି ନାହିଁ। ଶ୍ରୀ ଚୌଧୁରୀ କହିଛନ୍ତି " ଯାହା ଅନ୍ୟ କୌଣସି ଦଳ କରିପାରିଲେ ନାହିଁ ତାହା ମୋଦୀ ଜୀଙ୍କ ଦୂର ଦୃଷ୍ଟି କରିଦେଲା। ତେଣୁ ଅଫରକୁ କେମିତି ମନା କରିଦେଇଥାନ୍ତି?" ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଭାବନାକୁ ବୁଝିଛନ୍ତି। ତେଣୁ ବିଜେପି ସହ ମେଣ୍ଟ କରିବାକୁ ହଁ କରିଦେଲି ବୋଲି ଶ୍ରୀ ଚୌଧୁରୀ କହିଛନ୍ତି।

ପଢ଼ନ୍ତୁ-ସେବା ପାଇଁ ସର୍ବୋଚ୍ଚ ସମ୍ମାନ; ଚୌଧୁରୀ ଚରଣ ସିଂହ, ଏମ.ଏସ୍ ସ୍ୱାମୀନାଥନ୍ ଓ ନରସିଂହ ରାଓଙ୍କୁ ଭାରତ ରତ୍ନ

ତେବେ ସୂଚନା ଥାଉକି ଶିଟ୍‌ ଶେୟାରିଂ ଚୁକ୍ତି ଅନୁସାରେ, ଆର୍‌ଏଲ୍‌ଡି ଦୁଇଟି ଲୋକସଭା ଆସନ ବାଘପତ ଓ ବିଜ୍‌ନୋରରେ ନିର୍ବାଚନ ଲଢ଼ିବ। ଏବଂ ଗୋଟିଏ ରାଜ୍ୟସଭା ଆସନ ମିଳିବ ବୋଲି ଶୁଣିବାକୁ ମିଳୁଛି। ଜୟନ୍ତ ଚୌଧୁରୀଙ୍କ ଆଜିର ନିଷ୍ପତ୍ତି ସମାଜବାଦୀ ପାର୍ଟିକୁ ଶକ୍ତ ଝଟ୍‌କା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.