ବିଧାନସଭାରେ ରାହୁଲ ଝଡ଼ ନେଇ ଜୟନାରାୟଣଙ୍କ ପ୍ରତିକ୍ରିୟା, କହିଲେ ଆଇନର ଉର୍ଦ୍ଧ୍ୱରେ କେହି ନୁହେଁ
27/03/2023 at 3:53 PM

ଭୁବନେଶ୍ୱର ୨୭/୦୩ : ଆଇନର ଉର୍ଦ୍ଧ୍ୱରେ କେହି ନୁହେଁ । ଦୁଇ ବା ଦୁଇ ବର୍ଷରୁ ଅଧିକ ସଜ୍ଜା ହେଲା । ସେଥିପାଇଁ ସଭ୍ୟ ପଦ ଗଲା । ଆମର ବି ଅନେକ ନେତା ଏହି ଆଇନ ଦ୍ୱାରା ଆମର ବି ଦେଶରେ ଅନେକ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହୋଇଛି ।
କଂଗ୍ରେସ ଯଦି କହିବ ରାହୁଲ ଆଇନର ଉର୍ଦ୍ଧ୍ୱରେ । ତେବେ ଆମର କିଛି କହିବାର ନାହିଁ । ଗୋଟେ ବର୍ଗର ଲୋକଟେ ଭୁଲ କଲା ବୋଲି, ସମସ୍ତଙ୍କୁ ଗାଳି ଦେବା, ପଛୁଆ ବର୍ଗକୁ ଗାଳି ଦେବା କେତେଦୂର ଯୁକ୍ତି ଯୁକ୍ତ । ଗଣତନ୍ତ୍ର କଥା କହୁଛନ୍ତି ଏମର୍ଜେନ୍ସି ଲଗାଇ ସମସ୍ତଙ୍କୁ ଆରେଷ୍ଟ କରେଇଥିଲେ ଏହିମାନେ, ଏହା ଆଇନ ଅନୁସାରେ କାମ ହୋଇଛି । ଲୋକସଭା ସଚିବାଳୟ ଏହା କରିଛି ।
କଂଗ୍ରେସ ସରକାର ସମୟର ଏହି ଆଇନ । ମନମୋହନ ସିଂ ସରକାର ଏହି ଆଇନକୁ ସଂଶୋଧନ କରିବାକୁ ବିଲ ଆଣିଥିଲେ, ରାହୁଲ ଗାନ୍ଧୀ ଏହି ଅର୍ଡିନାନ୍ସକୁ ଚିରିଦେଲେ ଆଉ ଏବେ ସେଇଥିରେ ପଡିଛନ୍ତି । ଏବେ କହୁଛନ୍ତି ମୋଦୀ କଲେ ଗଣତନ୍ତ୍ରକୁ ହତ୍ୟା ହେଉଛି । ଲୋକେ ବିଚାର କରିବେ ।