Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଭର୍ତ୍ତୃହରିଙ୍କ ପ୍ରଶଂସାରେ ଶତମୁଖ ବିଜେପି ନେତା, ଧର୍ମେନ୍ଦ୍ରଙ୍କ ପରେ ମୁହଁ ଖୋଲିଲେ ଜୟନାରାୟଣ

15/03/2023 at 3:06 PM

ଭୁବନେଶ୍ୱର ୧୫/୦୩ : ଭର୍ତ୍ତୃହରି ଜଣେ ଦକ୍ଷ ନେତା, ଲୋକସଭାରେ ପରଫରମାନ୍ସ ତାଙ୍କୁ ସଂସଦରେ ଉପ ବାଚସ୍ପତି କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଚାହୁଁଥିଲେ । ତାଙ୍କ ଦଳରୁ ତାଙ୍କୁ ବିରୋଧ କରାଗଲା ତେଣୁ ସେ ପଦ ପାଇଲେ ନାହିଁ । ଭର୍ତ୍ତୃହରୀଙ୍କ ସପକ୍ଷରେ ଏମିତି ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

ସେ କହିଛନ୍ତି କୌରବ କିଏ?, ଶାସନ କ୍ଷମତାରେ ଯେଉଁମାନେ ଅଛନ୍ତି ସେମାନେ ହିଁ କୌରବ । କୌରବମାନେ ଯେମିତି ଅତ୍ୟଧିକ ଗର୍ବ ଏବଂ ଅହଂକାର ବୁଡିଗଲେ ଏମାନେ ବି ସେହି ଅହଂ ଭାବ ଦେଖାଉଛନ୍ତି । ଦିନ ଆସିବ ଏମାନେ ବି ବୁଡି ଯିବେ । ଥରେ ବୁଡି ଗଲେ ଧ୍ୱଂସ ପାଇଯିବେ ।

ଆମେ ପାଣ୍ଡଵ କି କଣ ଜାଣି ନାହୁଁ, କିନ୍ତୁ ଆମେ ଧର୍ମ ମାର୍ଗରେ ଅଛୁ। ଧର୍ମକୁ ସାକ୍ଷୀ ରଖି ସବୁ କାମ କରୁଛୁ । ଧର୍ମରେ ଥିବାରୁ ଆମର କିଛି ଅସୁବିଧା ହେବନି । ସଂକୁନି ତାର ଲକ୍ଷ ପ୍ରାପ୍ତି ଲାଗି କାମ କରୁଥିଲା । କୌରବ ବଂଶ ଧ୍ୱଂସ କରିବା ଲାଗି କାମ କରୁଥିଲା । ଆମେ ମହାଭାରତରୁ ପଡ଼ିଛୁ । କିଏ ସଂକୁନି, କିଏ ପାଣ୍ଡଵ ଏବଂ କିଏ କୌରବ ଆଗାମୀ ଦିନରେ ଜଣାପଡିବ ।

   Related Posts