କଙ୍ଗନା ନୁହେଁ ପ୍ରଥମ ପସନ୍ଦ ଥିଲେ ଐଶର୍ଯ୍ୟା : ନିଜ ବାୟୋପିକ୍‌ରେ ଐଶର୍ଯ୍ୟା ଦେଖିବାକୁ ଚାହୁଁଥିଲେ ଜୟଲଳିତା

Published By : Prameya-News7 Bureau | September 12, 2021 IST

ମୁମ୍ବାଇ ୧୨/୦୯ : ବଲିଉଡ୍ କୁଇନ୍ କଙ୍ଗନା ରଣାୱତ୍ ଫିଲ୍ମ ‘ଥଲାଇଭି’ ପାଇଁ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ନିକଟରେ ରିଲିଜ ହୋଇଛି ତାଙ୍କ ଫିଲ୍ମ ‘ଥଲାଇଭି’। ତାଙ୍କୁ ଏଥିରେ ତାମିଲନାଡୁର ଦିବଙ୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ଚରିତ୍ରରେ ଦେଖିବାକୁ ମିଳିଛି। ତେବେ ଏହି ଫିଲ୍ମ ପାଇଁ କଙ୍ଗନା ନୁହେଁ ବିଶ୍ବ ସୁନ୍ଦରୀ ତଥା ବି-ଟାଉନର  ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଥିଲେ ପ୍ରଥମ ପସନ୍ଦ। ତେବେଏହି କଥାକୁ , ନିକଟରେ ଏନେଇ ଖୁଲାସା କରିଛନ୍ତି ଅଭିନେତ୍ରୀ, ତଥା ନିର୍ଦ୍ଦେଶିକା, ପ୍ରଜୋଜକ ଓ ହୋଷ୍ଟ ସିମି ଗରେୱାଲ।

wp:html
/wp:html

ନିକଟରେ ଫିଲ୍ମ ‘ଥଲାଇଭି’ ସ୍କ୍ରିନିଂ ହୋଇଥିଲା। ଏହି 'ଶୋ'ରେ ଯୋଗ ଦେବା ପରେ ସିମି ଗରେୱାଲ କଙ୍ଗନାଙ୍କ ଅଭିନୟକୁ ନେଇ ଖୁବ୍ ପ୍ରଶଂସା କରିଥିଲେ। ଏହା ସହ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଥିଲେ, ‘ମୁଁ କଙ୍ଗନାଙ୍କ ଉଗ୍ର କମେଣ୍ଟକୁ ବିଲକୁଲ ସମର୍ଥନ କରୁନି, କିନ୍ତୁ ତାଙ୍କ ଆକ୍ଟିଂ ଟାଲେଣ୍ଟ ବେଶ୍‌ ଚତ୍ମକାର। ‘ଥଲାଇଭି’ରେ ସେ ନିଜର ମନ ଏବଂ ଆତ୍ମାକୁ ଉତ୍ସର୍ଗୀ କରି ଦେଇଛନ୍ତି। ହେଲେ ଐଶ୍ୱର୍ଯ୍ୟା ତାଙ୍କ ବାୟୋପିକ୍‌ରେ କାମ କରନ୍ତୁ ବୋଲି ଜୟଲଳିତା ଚାହୁଁଥିଲେ। କିନ୍ତୁ ଯେଉଁଭଳି କଙ୍ଗନା ଏହି ଫିଲ୍ମରେ କାମ କରିଛନ୍ତି, ତାକୁ ସେ ଦେଖିଥିଲେ ନିଶ୍ଚିତ ରୂପେ ପ୍ରଶଂସା ନକରି ରହିପାରିନଥା’ନ୍ତେ।

wp:html /wp:html

ସୂଚନା ମୁତାବକ ଜୟଲଳିତା ସିମି ଗରେୱାଲଙ୍କ ଚାଟ୍‌ ଶୋ’ରେ ପୂର୍ବରୁ ଅତିଥି ରୂପେ ସାମିଲ ହୋଇଥିଲେ। ଏହି ସମୟରେ ଦିବଙ୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ନିଜ ପସନ୍ଦର ଗୀତ ଗାଇଥିଲେ। ଏଥିରେ ଐଶ୍ୱର୍ଯ୍ୟାଙ୍କ ବିଷୟରେ ମଧ୍ୟ କହିଥିଲେ। ଏ.ଏଲ୍‌ ବିଜୟଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଫିଲ୍ମ ‘ଥଲାଇଭି’ ସେପ୍ଟେମ୍ବର୧୦ ତାରିଖରେ ପରଦାରେ ରିଲିଜ ହୋଇଛି। ଏଥିରେ କଙ୍ଗନା ଲିଡ୍‌ ରୋଲରେ ଅଛନ୍ତି। ଏଥିରେ ପୂରାପୁରି ଅବିକଳ ଜୟଲଳିତାଙ୍କ ଭଳି ଦେଖାଯିବା ପାଇଁ କଙ୍ଗନା ପ୍ରୋସ୍ଥେଟିକ୍‌ ମେକ୍‌ଅପ୍‌ର ସାହାରା ନେଇଛନ୍ତି। ଏହା ବ୍ୟତୀତ ସେ ନିଜର ଓଜନ ମଧ୍ୟ ବଢ଼ାଇଛନ୍ତି।

wp:html
/wp:html

ଆଗକୁ କଙ୍ଗନାଙ୍କର ‘ଧାକଡ’ ଓ ‘ତେଜସ’ ଭଳି ଫିଲ୍ମ ଆସିବାର ଅଛି। ଫିଲ୍ମ ‘ଧାକଡ’ରେ ତାଙ୍କ ଅପୋଜିଟ୍‌ରେ ଅର୍ଜୁନ ରାମପାଲ ଅଛନ୍ତି। ସେହିପରି ‘ତେଜସ’ରେ ତାଙ୍କୁ ଜଣେ ପାଇଲଟ ଚରିତ୍ରରେ ଦେଖିବାକୁ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.