ଆମ୍ବ ତୋଳିବା ବେଳେ ଅଘଟଣ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ଜୟହରି

Published By : Prameya-News7 Bureau | May 30, 2022 IST

ପାଟଣା, ୩୦|୦୫: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥନା ବଡ଼ ଗମ୍ଭାରୀଆ ଗାଁରେ ଅଘଟଣ । ଛାତ ଉପରକୁ ଉଠି ଆମ୍ବ ତୋଳିବା ବେଳେ ମାରିଲା କରେଣ୍ଟ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ବ୍ୟକ୍ତି ।

ସୂଚନା ଅନୁସାରେ ଜୟହରି ନାଏକ ନାମକ ଜଣେ ବ୍ୟକ୍ତି ଗାଁ ମୁଣ୍ଡରେ ଥିବା କ୍ଲବ୍ ଘର ଉପରକୁ ଉଠି ଆମ୍ବ ତୋଳୁଥିଲେ । ତେବେ ସେ ଛାତ ଉପର ଦେଇ ଯାଇଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ସେ ଗୁରୁତର ହୋଇ ପଡିଥିଲେ । ବିଦ୍ୟୁତ ଆଘାତରେ ତାଙ୍କର ଦେହର କିଛି ଅଂଶ ଜଳି ଯାଇଥିବା ବେଳେ  ସ୍ଥାନୀୟ  ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ତେବେ ଜୟହରିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.