scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରେଲୱେ ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷା, ଜାଣନ୍ତୁ କିଏ ଜୟା ବର୍ମା ସିହ୍ନା ?

31/08/2023 at 7:41 PM

Jaya Verma Sinha

ନୂଆଦିଲ୍ଲୀ, ୩୧/୦୮: ପ୍ରାୟ ଏକ ଶତାବ୍ଦୀର ଇତିହାସରେ ପ୍ରଥମ ଥର କୌଣସି ମହିଳାଙ୍କୁ ଭାରତୀୟ ରେଲଓ୍ବେର ଅଧ୍ୟକ୍ଷ ଏବଂ ସିଇଓ ପଦରେ ନିଯୁକ୍ତ କରାଯାଇଛି। ଗୁରୁବାର ଜୟା ବର୍ମା ସିହ୍ନାଙ୍କୁ ଭାରତୀୟ ରେଲଓ୍ବେର ଅଧ୍ୟକ୍ଷ ଏବଂ ସିଇଓ ଭାବରେ ନିଯୁକ୍ତ କରାଯାଇଛି ।

ଜୟା ବର୍ମା ସିହ୍ନା ୨୦୨୩ ସେପ୍ଟେମ୍ବର ୧ରୁ କାର୍ଯ୍ୟଭାର ସମ୍ଭାଳିବେ । ସିହ୍ନା ବର୍ତ୍ତମାନ ରେଲଓ୍ବେ ବୋର୍ଡରେ ସଦସ୍ୟ (ସଞ୍ଚାଳନ ଏବଂ ବ୍ୟବସାୟ ବିକାଶ) ଭାବରେ କାର୍ଯ୍ୟ କରୁଛନ୍ତି ଆଉ ସେ ଭାରତୀୟ ରେଳବାଇରେ ପ୍ରାୟ ୩୫ରୁ ସେବା ଯୋଗାଇ ଆସୁଛନ୍ତି।

ଆହୁରି ପଢ଼ନ୍ତୁ: ୬ ଟଙ୍କା ଖୁଚୁରା ପାଇଁ ଚାକିରି ହରାଇଲେ ରେଲୱେ କ୍ଲର୍କ, ୨୬ ବର୍ଷ ଧରି ଚାଲିଥିଲା ମାମଲା

ଜୟା ବର୍ମା ସିହ୍ନା ପ୍ରତିଷ୍ଠିତ ଆଲ୍ଲାହାବାଦ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ରୀ। ସେ ମୁଳତଃ ଭାରତୀୟ ରେଲଓ୍ବେ ଯାତାୟତ ସେମା ୧୯୮୬ ବ୍ୟାଚ୍‌ର ଭାରତୀୟ ରେଲଓ୍ବେ ପ୍ରବନ୍ଧନ ସେବା (ଆଇଆରଏମଏସ) ସହ ଜଡ଼ିତ। ସେ ବର୍ତ୍ତମାନର ବୋର୍ଡର ପ୍ରମୁଖ ଅନିଲ କୁମାର ଲାହୋଟିଙ୍କ ସ୍ଥାନ ନେବେ।

ସୂଚନାଥାଉକି, ବିଜୟଲକ୍ଷ୍ମୀ ବିଶ୍ବନାଥନ ରେଲଓ୍ବେ ବୋର୍ଡର ପ୍ରଥମ ମହିଳା ସଦସ୍ୟ ଥିଲେ, କିନ୍ତୁ ଜୟା ରେଲଓ୍ବେ ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷ ହେବେ । ଜୟା ବର୍ମା ବାଲେଶ୍ବର ବାହାନଗା ଠାରେ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା ସମୟରେ ବେଶ୍‌ ଆକ୍ଟିଭ୍ ରହିଥିଲେ। ସେ ସଂପୂର୍ଣ୍ଣ ଘଟଣାକ୍ରମ ଉପରେ ଖାସ୍‌ ନଜର ରଖିଥିଲେ।

   Related Posts