Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜୟା କିଶୋରୀଙ୍କ ସୁନ୍ଦରତାର କଣ ରହିଛି ରହସ୍ୟ ? ଇଣ୍ଟରଭ୍ୟୁରେ ଖୋଲିଲେ ରାଜ୍

29/05/2023 at 11:24 AM

ନୂଆଦିଲ୍ଲୀ ୨୯।୦୫: ମୋଟିଭେସନାଲ୍ ସ୍ପିକର୍ ଜୟା କିଶୋରୀ । କିଛି ନା କିଛି କାରଣରୁ ସବୁବେଳେ ରହିଥାନ୍ତି ଚର୍ଚ୍ଚାରେ । ସେ ନିଜ ପ୍ରବଚନକୁ ନେଇ ଯେତିକି ଚର୍ଚ୍ଚିତ ନିଜ ସୁନ୍ଦରତାକୁ ନେଇ ମଧ୍ୟ ସେତିକି ଲୋକପ୍ରିୟ । ତାଙ୍କର ପ୍ରେରଣାଦାୟୀ କଥା ଯୋଗୁଁ ସାରା ଦେଶରେ ତାଙ୍କର ରହିଛନ୍ତି ଅନେକ ଫ୍ୟାନ୍ସ ଫଲୋଅର୍ସ । ସେ ପ୍ରବଚକ ଭାବେ ମଧ୍ୟ ବେଶ୍ ଫେମସ୍ । ଜୟାଙ୍କର ଖାଦ୍ୟ ଅଭ୍ୟାସ, ଫ୍ୟାଶନ୍ ଶୈଳୀ, କଥା, ଶିକ୍ଷା ଏବଂ ଆୟ ବିଷୟରେ ଜାଣିବାକୁ ସମସ୍ତେ ରହିଥାନ୍ତି ଉତ୍ସୁକ । ତେବେ ସୁନ୍ଦରୀ ଜୟାଙ୍କ ସୁନ୍ଦରତାର ରାଜ୍ କଣ ଜାଣନ୍ତି କି…

ରାଜସ୍ଥାନ ଗୌଡ ବ୍ରାହ୍ମଣ ପରିବାରରେ ଜନ୍ମିତ ଜୟା । ସେ ପିଲାଦିନରୁ ହିଁ ଧର୍ମ ପ୍ରତି ହୋଇଥିଲେ ଆକୃଷ୍ଠ। ୨୬ ବର୍ଷିୟ ଜୟା ଦେଖିବାକୁ ବି ଖୁବ୍ ସୁନ୍ଦର । ସେ ଏକ ଇଣ୍ଟରଭ୍ୟୁରେ ନିଜ ସୁନ୍ଦରତାର ଖୋଲିଛନ୍ତି ରାଜ୍ । ନିଜର ଡାଏଟ୍ ଉପରେ ବେଶ୍ ଧ୍ୟାନ ଦେଇଥାନ୍ତି  ଜୟା କିଶୋରୀ  । ସେ ଆଦୌ ଖାଆନ୍ତିନି ଜଙ୍କ୍ ଫୁଡ୍ । ଜୟା କିଶୋରୀ ସବୁବେଳେ କ୍ଲିନ୍ ଡାଏଟ୍ କରିଥାନ୍ତି । ଯେଉଁ କାରଣରୁ ତାଙ୍କ ଓଜନ ମେଣ୍ଟେନ୍ ରହିଥାଏ । ଜୟାଙ୍କ ଡାଏଟ୍ ବେଶ୍ ଭଲ ଏବଂ ସେ ଖରାପ ଖାଦ୍ୟ ଖାଇବାରୁ ବଞ୍ଚିଥାନ୍ତି ।

You Can Read

ରିସର୍ଚ ଅନୁଯାୟୀ ଜଙ୍କ୍ ଫୁଡରେ ଅନହେଲ୍ଦି ଫ୍ୟାଟର ମାତ୍ରା ଅଧିକ ରହିଥାଏ । ଏହା ବ୍ୟତୀତ ସ୍କିନରେ ବ୍ଲାକ୍‌ହେଟସ୍‌ର କାରଣ ହୋଇଥାଏ । ଯାହା ସ୍କିନ୍ ଉପରେ ପକାଇଥାଏ ବେଶ୍ ପ୍ରଭାବ । ସାଇନ୍ସ ଅନୁଯାୟୀ ଗ୍ଲୋଇଙ୍ଗ୍ ସ୍କିନ ଓ କ୍ଲିଅର୍ ସ୍କିନ୍ ପାଇଁ ବେଶ୍ ଜରୁରୀ ହୋଇଥାଏ ଡାଏଟ୍ । ଡାଏଟ୍ ହିଁ ହେଉଛି ଜୟାଙ୍କ ସୁନ୍ଦରତାର ରହସ୍ୟ ।  ତେବେ କ୍ଲିନ୍ ଡାଏଟରେ କଣ ରହିଥାଏ । କ୍ଲିନ ଡାଏଟରେ ସବୁଜ ପନିପରିବା, ଫଳ, ଡ୍ରାଏ ଫୁଟ୍ସ ଆଦି ଆସିଥାଏ । ଯାହା ଓଜନ ସ୍ଥିର ରଖିବାରେ ବେଶ୍ ସହାୟକ ହୋଇଥାଏ । ଜୟା ସବୁବେଳେ ଚେଷ୍ଟା କରିଥାନ୍ତି କି କ୍ଲିନ୍ ଏବଂ ଭଲ ଖାଦ୍ୟ ଖାଇବାକୁ ।

 କିନ୍ତୁ ସେ ଯେବେ ଫ୍ୟାମିଲିଙ୍କ ସହ ଛୁଟି କାଟିବାକୁ ଯାଆନ୍ତି, ସେତେବେଳେ ସେ ଡାଏଟିଙ୍ଗ୍ କରନ୍ତିନି । କିନ୍ତୁ ଭ୍ୟାକେସନରୁ ଫେରିବା ପରେ ସେ ପୂର୍ବ ପରି ନିଜର କ୍ଲିନ୍ ଡାଏଟ୍ ଏବଂ ହେଲ୍ଦି ଲାଇଫଷ୍ଟାଇଲ୍ ମେଣ୍ଟେନ୍ କରିଥାନ୍ତି । ଜୟା ୯୮-୯୯ ପ୍ରତିଶତ ସାତ୍ବିକ ଖାଦ୍ୟ ପସନ୍ଦ କରିଥାନ୍ତି । ଏହାବ୍ୟତୀତ ୧-୨ ପ୍ରତିଶତ ସେ ଏଥିରୁ ଛାଡ ଦେଇଛନ୍ତି । ଯେଉଁଥିରେ ସେ ନିଜ ପସନ୍ଦ ଅନୁଯାୟୀ ଖାଦ୍ୟ ଖାଇଥାନ୍ତି । ଜୟାଙ୍କ କହିବା କଥା ଯେ କୌଣସି ବି ଜିନିଷକୁ ସନ୍ତୁଳିତ ମାତ୍ରାରେ ଖାଇବା ଦରକାର । କିନ୍ତୁ ଅଧିକ ମାତ୍ରାରେ ଖାଦ୍ୟ କୁ ଖିଆଯାଏ ତେବେ ଏହା କ୍ଷତିର କାରଣ ମଧ୍ୟ ହୋଇପାରେ । 

   Related Posts