'ବିବାହ ପୂର୍ବରୁ ମା’ ହୁଅ', ନାତୁଣୀ ନବ୍ୟାକୁ ଏପରି ବୋଲ୍ଡ ପରାମର୍ଶ ଦେଲେ ଜୟା

Published By : Prameya-News7 Bureau | October 30, 2022 IST

ମୁମ୍ଵାଇ ୩୦।୧୦: ବଲିଉଡର ଭେଟେରାନ ଅଭିନେତ୍ରୀ ଜୟା ବଚ୍ଚନ। ଜୟାଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦାଙ୍କ ସହ ଖାସ୍‌ ବଣ୍ଡ ସେୟାର କରନ୍ତି। ଜୟା ପ୍ରାୟତ ନବ୍ୟା ବିଷୟରେ ନିଜର ମତ ପ୍ରକାଶ କରନ୍ତି। ହେଲେ ବର୍ତ୍ତମାନ ଜୟା ବଚ୍ଚନ ତାଙ୍କ ନାତୁଣୀକୁ କିଛି ସମ୍ପର୍କ ପରାମର୍ଶ ଦେଇଛନ୍ତି, ଯାହା ବିଷୟରେ ଅନେକ ଆଲୋଚନା ହେଉଛି । 

ଜୟା ବଚ୍ଚନ ତାଙ୍କ ନାତୁଣୀ ନବ୍ୟାଙ୍କ ସହ ପୋଡକାଷ୍ଟରେ କଥାବାର୍ତ୍ତା କରୁଥିବା ବେଳେ ବୋଲ୍ଡ ରିଲେସନଶିପ୍‌ ବିଷୟରେ ପରାମର୍ଶ ଦେଇଛନ୍ତି। ଜୟା କହିଛନ୍ତି କି କୌଣସି ସମ୍ପର୍କ ଦୀର୍ଘ ଦିନ ଧରି ରହିବା ପାଇଁ ଫିଜିକାଲ ଆଟ୍ରାକସନ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାହିଁକି ନା ରିଲେଶନସିପ୍‌ରେ ଶାରୀରିକ ସମ୍ପର୍କ ରହିବା ଆବଶ୍ୟକ। କୌଣସି ସମ୍ପର୍କ କେବଳ ପ୍ରେମ, ଆଡଜଷ୍ଟମେଣ୍ଟ ଉପରେ କାମ କରେ ନାହିଁ । ଜୟା ଏହା ମଧ୍ୟ କହିଛନ୍ତି ଯେ ସେ ତାଙ୍କ ସମୟରେ କରିପାରି ନଥିଲେ। ଏଥିପାଇଁ ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ନବ୍ୟା ନାଭେଲି ବିବାହ ନକରି ମାତା ହୁଅନ୍ତି, ତା’ହେଲେ ଏଥିରେ କୌଣସି ଅସୁବିଧା ହେବ ନାହିଁ।

ସମ୍ପର୍କ ଉପରେ ନିଜର ମତାମତ ଦେଇ ଜୟା ବଚ୍ଚନ କହିଛନ୍ତି - ଅନେକ ଲୋକ ମୋତେ ଏହା କହି ଆପତ୍ତି କରିବେ। ଆମେ ଆମ ସମୟରେ ପରୀକ୍ଷଣ କରିପାରିଲୁ ନାହିଁ, କିନ୍ତୁ ଏବେ କା ପିଢି କରୁଛି, କାହିଁକି ବି ନୁହେଁ? ଯଦି କୌଣସି ଶାରୀରିକ ସମ୍ପର୍କ ନାହିଁ ତେବେ କୌଣସି ସମ୍ପର୍କ ଅଧିକ ଦିନ ରହିବ ନାହିଁ। ମୁଁ ଏସବୁରେ ବିଶ୍ୱାସ କରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ବିଷୟରେ ଜୟା ତାଙ୍କ ନାତୁଣୀ ଏବଂ ଶ୍ଵେତାଙ୍କ ସହ ନିଜ ମତ ପ୍ରକାଶ କରିଥିଲେ। ତାହାଲେ ନାତୁଣୀ ଏହି ପରାମର୍ଶକୁ କେତେ ଅନୁସରଣ କରନ୍ତି ତାହା ଆଗକୁ ହିଁ ଜଣା ପଡିବ। କିନ୍ତୁ ଜୟା ବଚ୍ଚନଙ୍କ ଏହି ର୍କ ବିଷୟରେ ଏପରି ବୋଲ୍ଡ ଚିନ୍ତାଧାରା ଚର୍ଚ୍ଚାରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.