LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଉପରାଷ୍ଟ୍ରପତି ଧନଖଡ଼ଙ୍କ ଉପରକୁ ଆଙ୍ଗୁଳି ଉଠାଇଲେ ଜୟା ବଚ୍ଚନ, ବିଜେପି କହିଲା…

12/02/2023 at 4:19 PM

ନୂଆଦିଲ୍ଲୀ, ୧୨/୦୨: ଜଗଦୀପ ଧନଖଡ଼ଙ୍କ ଉପରକୁ ଆଙ୍ଗୁଠି ଉଠାଇଲେ ଜୟା ବଚ୍ଚନ। ସାଂସଦ ଜୟା ବଚ୍ଚନ ରାଜ୍ୟସଭାରେ ରାଗରେ ସଭାପତି ଜଗଦୀପ ଧନଖଡ଼ଙ୍କ ଉପରକୁ ଆଙ୍ଗୁଠି ଉଠାଇବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଭାଜପା ନେତା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। ସେପଟେ ଜୟା ବଚ୍ଚନ ଏହି ବ୍ୟବହାର ପାଇଁ ଦୁଃଖପ୍ରକାଶ କରିଛନ୍ତି।

ସାଂସଦ ଜୟା ବଚ୍ଚନଙ୍କ ଭାଇରାଲ ହେଉଥିବା ଭିଡିଓ ୯ ଜାନୁଆରୀରେ ରାଜ୍ୟସଭାରେ କାର୍ଯ୍ୟଦିବସର ବୋଲି କୁହାଯାଉଛି। ଭିଡିଓଟିକୁ ବିଜେପି ସାଂସଦ ଅଜୟ ସହରାଓ୍ବତ ଭିଡିଓକୁ ଟ୍ବିଟରରେ ଶେୟାର କରିଛନ୍ତି। ଘଟଣାରେ ସୂଚନା ପ୍ରସାରଣ ମନ୍ତ୍ରାଳୟ ପରାମର୍ଶଦାତା କଞ୍ଚନ ଗୁପ୍ତା ଲେଖିଛନ୍ତି ଯେ ଭିଡିଓ ତାଙ୍କୁ ସେହି ସମୟର ମନେ ପକାଉଛି ଯେତେବେଳେ ୟୁପିଏ ସତ୍ତାରେ ଥିଲେ ଏବଂ ଜୟା ବଚ୍ଚନ ନେହେରୁ ପରିବାର ଉପରେ କିଛି କଠୋର ଟିପ୍ପଣୀ କରିଥିଲେ। ଯାହାକୁ ନେଇ ଅମିତାଭ ବଚ୍ଚନ କ୍ଷମା ମାଗିବା ପାଇଁ ଦୌଡ଼ି ଥିଲେ ଆଉ ଗୋଟିଏ ହାତରେ ଲେଖିଥିବା ବୟାନ ଜାରି କରିଥି​ଲେ ଯାହା ‘‘ ସେ ରାଜା ଆମେ ରଙ୍କ’ ସହ ସମାପ୍ତ ହୋଇଥିଲା।’

ସୂଚନାଯୋଗ୍ୟ, ଆଦାନୀ ହିଣ୍ଡନବର୍ଗ ପ୍ରସଙ୍ଗକୁ ନେଇ ସଂସଦରେ ହଙ୍ଗାମା ମଧ୍ୟରେ କଂଗ୍ରେସର ରାଜ୍ୟସଭା ସାଂସଦ ରଜନୀ ପାଟିଲଙ୍କୁ ସଭାପତିଙ୍କ ନିର୍ଦେ୍ଦଶ ଉଲ୍ଲଂଘନ ପାଇଁ ବଜେଟ ଅଧିବେଶନ ଶେଷ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଥିଲା। ଆଉ ଏହି ପ୍ରସଙ୍ଗରେ ଜୟା ବଚ୍ଚନ କଂଗ୍ରେସ ସାଂସଦ ସମର୍ଥନରେ କହିଥିଲେ। ସେ ଅଭିଯୋଗ ଆଣିଥିଲେ ଯେ ରଜନୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇନଥିଲା।

ଜୟା ବଚ୍ଚନ କହିଥିଲେ ‘‘ ମତେ ଲାଗୁଛି ଯେ ଏହା ବହୁତ ଅପମାନଜନକ ଉପାୟରେ କରାଯାଇଥିଲା। ଏମିତି ହେବାର ନଥିଲା। ଯଦି କିଛି ଭୁଲ୍‌ ହୋଇଛି ତେବେ ତାଙ୍କୁ ଏହାକୁ ସମିତିକୁ ପଠାଇବାର ଦରକାର ଥିଲା। ଏହାକୁ ପଠାଯାଇଥିଲା କି ନାହିଁ ? ତାଙ୍କୁ ସ୍ପଷ୍ଟୀକରଣର ସୁଯୋଗ ଦିଆଯାଗଲାନାହିଁ।’’

   Related Posts