ନବ ଦାସ ହତ୍ୟାକାଣ୍ଡରେ ଡାଏରୀ ଥିଓରି ସନ୍ଦେହକୁ ଅଧିକ ଘନୀଭୂତ କରୁଛି : ଜୟ ନାରାୟଣ ମିଶ୍ର

Published By : Prameya-News7 Bureau | March 09, 2023 IST

ଭୁବନେଶ୍ବର ୯।୩: ନବ ଦାସ ହତ୍ୟା ଘଟଣାରେ ପୁଣି ନୂଆ ଥିଓରି । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଆଣିଲେ ନୂଆ ଥିଓରି । ସେ କହିଛନ୍ତି, ତଦନ୍ତ ବେଳେ ଗୋପାଳଠୁ ଡାଏରୀ ମିଳିଥିଲା ବୋଲି ପୋଲିସ କହିଥିଲା । ନବ ଦାସ ହତ୍ୟାକାଣ୍ଡରେ ଡ଼ାଏରୀ ଥିଓରି ସନ୍ଦେହ ଅଧିକ ଘନୀଭୂତ କରୁଛି । ଗୋପାଳ ଏତେ ବଡ଼ ଲୋକ ନୁହେଁ ଯେ ଡାଏରୀ ଲେଖିବ । ଗୋପାଳ ଜରିଆରେ ଏବେ ଡାଏରୀରେ ଲେଖି ନବ ଦାସ ହତ୍ୟାକାଣ୍ଡକୁ ଚପେଇବାକୁ ଉଦ୍ୟମ ହେଉଛି । ସେଥିରେ ନବଙ୍କ ଚରିତ୍ର, ଗୋପାଳର ରାଗ ଉପରେ ଲେଖାଇ ଦେବେ । ସରକାର ମୁଦାଲାକୁ ବଞ୍ଚେଇବାକୁ ଉଦ୍ୟମ କରୁଛନ୍ତି । ତେଣୁ ଏଥିରୁ ସ୍ପଷ୍ଟ ହେଉଛି ନବ ଦାସ ହତ୍ୟାକାଣ୍ଡରେ ବଡ଼ ଷଡ଼ଯନ୍ତ୍ର ରହିଛି ।

ସେ ଆହୁରି କହିଛନ୍ତି, ଆଇନଶୃଙ୍ଖଳା ନେଇ ଆମେ ଯେଉଁ ପ୍ରସଙ୍ଗ ଉଠାଇଥିଲୁ ତାହାର ନିର୍ଯ୍ୟାସ ବହାରିନି । ସରକାର ଗୋପାଳକୁ ପାଗଳ କରିବାକୁ ଚାହୁଁଥିଲେ । କୋର୍ଟ ଏବଂ ଡାକ୍ତରୀ ଟିମ୍ କହିଦେଲେ ସେ ପାଗଳ ନୁହେଁ । ତେବେ ପୁଣି କ୍ରାଇମବ୍ରାଞ୍ଚ କହିଁକି ବେଙ୍ଗାଲୁରୁ ନେବେ ବୋଲି ଜୟ ନାରାୟଣ ମିଶ୍ର କହିଛନ୍ତି ।        

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.