‘DDLJ’ ଠାରୁ ‘jawaan’ ଯାଏଁ… ଶାହରୁଖଙ୍କ ଫିଲ୍ମର ଆଇକନିକ୍ ସିନ୍ରେ ରହିଛି ଟ୍ରେନ୍ କନେକ୍ସନ୍
14/09/2023 at 2:25 PM

ନୂଆଦିଲ୍ଲୀ ୧୪।୦୯: ଶାହରୁଖ, ତାଙ୍କ ଫିଲ୍ମ ଏବଂ ଟ୍ରେନ୍… ଏସବୁ ଭିତରେ କିଛି ତ କନେକ୍ସନ ରହିଛି । ଶାହାରୁଖ ଖାନଙ୍କ ଏହି ଫିଲ୍ମରେ ‘DDLJ’ ରୁ ‘Jawaan’ ପର୍ଯ୍ୟନ୍ତ, ଶାହରୁଖଙ୍କୁ ଏହି ଫିଲ୍ମଗୁଡିକରେ ରହିଛି ଟ୍ରେନ୍ କନେକ୍ସନ୍ । ଆଉ କୁହାଯାଉଛି କି ଶାହାରୁଖଙ୍କ ପାଇଂ ଟ୍ରେନ୍ ସିନ୍ ଲକି । କାହିଁକି ନାଁ ଅଧିକାଂଶ ଫିଲ୍ମ ଗୁଡିକ ହୋଇଛି ବ୍ଲକବଷ୍ଟର ହିଟ୍ । ଆସନ୍ତୁ ଜାଣିବା କିଙ୍ଗଖାନଙ୍କ ଲକି କନେକ୍ସନ୍ ବିଷୟରେ…ଆକ୍ସନ୍ ଥ୍ରୀଲରର ଫିଲ୍ମ ଜଓ୍ବାନ୍ ।

ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି କିଙ୍ଗ୍ଖାନ୍ । ଏହି ଫିଲ୍ମରେ ଶାହରୁଖଙ୍କ ଲକି ଟ୍ରେନ୍ର ଲିଙ୍କ୍ ଟିକେ ବି ବଦଳିଛି । ଅର୍ଥାତ୍ ଜଓ୍ବାନରେ ଶାହାରୁଖ ଟ୍ରେନରେ ନୁହେଁ ମେଟ୍ରୋରେ କରିଛନ୍ତି ସୁଟିଂ । ଫିଲ୍ମର ଓପନିଙ୍ଗ୍ ସିନ୍ ପୁନେ ମେଟ୍ରୋରେ ସୁଟିଂ ହୋଇଛି ।

ସେହିପରି ପଠାନରେ ବି କିଙ୍ଗ୍ଖାନ୍ଙ୍କ ଲକି ଟ୍ରେନ୍ ରହିଛି ଲିଙ୍କ୍ । ଚଳନ୍ତା ଟ୍ରେନ୍ରେ ଶାହରୁଖ ନିଜର ଆକ୍ସନ ଏବଂ ଷ୍ଟଣ୍ଟ ସିନ୍ର ସୁଟ୍ କରିଥିଲେ । ଟ୍ରେନରେ ଜବରଦସ୍ତ ଆକ୍ସନ୍ ସିନ୍ କରିଥିଲେ ବଲିଉଡ୍ର ୨ ସୁପରଷ୍ଟାରଙ୍କର । ଯାହା ଦର୍ଶକଙ୍କ ମନରେ ଘର କରିଯାଇଥିଲା । ଶାହାରୁଖ ଖାନଙ୍କ ଫିଲ୍ମ ‘DDLJ’ ର ଟ୍ରେନ୍ ସିନ୍କୁ ବୋଧହୁଏ କିଏ ଭୁଲି ପାରିବେ । ୯୦ଦଶକର ସେହି ଆଇକନିକ୍ ସିନ୍ରେ ଟ୍ରେନ୍ ପଛରେ ଦୌଡୁଥିଲେ କାଜଲ । ସେହି କ୍ଲାସିକ୍ ସିନ୍ ଆଜିଯାଏଁ ସମସ୍ତଙ୍କର ମନେ ରହିଛି ।

ତେବେ ଶାହରୁଖଙ୍କ ଫିଲ୍ମ ଏବଂ ଟ୍ରେନ୍ କନେକ୍ସନ୍ ଏଠି ଶେଷ ହେଉନି । ଚେନ୍ନାଇ ଏକ୍ସପ୍ରେସ୍ ଫିଲ୍ମରେ ମଧ୍ୟ ରାହୁଲ୍ ଓ ମିନ୍ନାମା ଟ୍ରେନ୍ରେ ଦେଖା ହେଇଥିଲେ । ଫିଲ୍ମର କାହାଣୀ ଟ୍ରେନ୍ରେ ହିଁ ଆରମ୍ଭ ହୋଇଥିଲା । ସେହିପରି ଫିଲ୍ମ ରାଓ୍ବାନ୍ରେ ବି ଏକ ଟ୍ରେନ୍ ସିନ୍ ରହିଥିଲା । ଯେଉଁଥିରେ ଏକ ଅସଲି ଟ୍ରେନ୍ରେ ସିନ୍ର ସୁଟ୍ କରିଥିଲେ କିଙ୍ଗ୍ଖାନ୍ । ଏଥିରେ ଶାହରୁଖ ଟ୍ରେନ୍ ଉପରେ ସ୍ପାଇଡର୍ ମ୍ୟାନ୍ ପରି ଷ୍ଟଣ୍ଟ କରିଥିଲେ । ଏହି ଫିଲ୍ମ ହିଟ୍ ହୋଇଥିବା ବେଳେ ସିନ୍ଟି ସୁପରହିଟ୍ ହୋଇଥିଲା ।

ସେହିପରି ଫିଲ୍ମ କୁଛ କୁଛ ହୋତା ହେ ରେ ବି ଟ୍ରେନ୍ରେ ଏକ ସିନ୍ ରହିଥିଲା । ଯାହା ବେଶ୍ ପପୁଲାର୍ ହୋଇଥିଲା । ଏଥିପାଇଁ କୁହାଯାଏ ଯେ ଶାହରୁଖଙ୍କ ଫିଲ୍ମ ପାଇଁ ଟ୍ରେନ୍ ସିନ୍ ହିଁ ଲକି ସାବ୍ୟସ୍ତ ହୋଇଥାଏ ।
You Can Read: