ଓଡ଼ିଶାରେ ପହଞ୍ଚିଲା ସହିଦ ଯବାନ ସଞ୍ଜୟ ପ୍ରଧାନଙ୍କ ପ୍ରାର୍ଥିବ ଶରୀର, ଗାଁ ଶ୍ମଶାନରେ ହେବ ଶେଷ କୃତ୍ୟ

Published By : Prameya-News7 Bureau | June 15, 2021 IST

ଭୁବନେଶ୍ୱର ୧୫।୦୬: ଓଡିଶାରେ ପହଞ୍ଚିଲା ସହିଦ ଯବାନ ସଞ୍ଜୟ କୁମାର ପ୍ରଧାନଙ୍କ ପ୍ରାର୍ଥୀବ ଶରୀର । ଗତକାଲି ରାତି ୯ରେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ ଏକ ଗାଡି ମାଧ୍ୟମରେ କନ୍ଧମାଳ ନିଆଯଉଛି ।

ସହିଦ ଯବାନ ସଞ୍ଜୟ ପ୍ରଧାନଙ୍କ ଘର ରାଇକିଆ ବ୍ଲକ୍ ପେଟାପାଙ୍ଗା ପଞ୍ଚାୟତ ବାଗ୍ରାମା ଗାଁରେ । ସେ ଭାରତୀୟ ସେନାରେ କାର୍ଯ୍ୟରତ ଥିଲେ । ଶ୍ରୀନଗରରେ ଡ୍ୟୁଟି କରୁଥିବା ସମୟରେ ସେ ସହିଦ୍ ହୋଇଥିଲେ । ତାଙ୍କ ମରଶରୀରରକୁ ସ୍ବତନ୍ତ୍ର ବିମାନରେ ଶ୍ରୀନଗରରୁ ଭୁବନେଶ୍ବର ଅଣାଯାଇଥିଲା । ଆଜି ତାଙ୍କ ଗାଁ ଶ୍ମଶାନରେ ଶେଷ କୃତ୍ୟ ହେବ । ସଞ୍ଜୟଙ୍କ ସହିଦ ହେବା ଖବର ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ତେବେ ସଞ୍ଜୟଙ୍କ କିଭଳି ପରିସ୍ଥିତିରେ ମୃତ୍ୟୁ ଘଟିଲା ଏ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.