ଛୁଟି କଟାଇବାକୁ ଗାଁକୁ ଆସିଥିଲେ ଯବାନ: ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ, ମୃତ୍ୟୁ ପୂର୍ବର ରିଲସ ଭାଇରାଲ୍

Published By : Prameya-News7 Bureau | July 27, 2023 IST

ବ୍ରହ୍ମପୁର ୨୭/୦୭: ଧରାକୋଟ ଥାନା ଅନ୍ତର୍ଗତ ବରଡାବିଲି ଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଛି । ମୃତ ଯବାନ ଜଣକ ହେଲେ କୁଶରାଵ ଗ୍ରାମର ୨୫ ବର୍ଷୀୟ ଜିତେନ୍ଦ୍ର କୁମାର ପାଢୀ । ସେ ଗତ ଦୁଇ ବର୍ଷ ହେବ ସୀମା ସୁରକ୍ଷା ବଳରେ ପଞ୍ଜାବରେ କାର୍ଯ୍ୟ କରୁଥିଲେ । ଚଳିତ ମାସ ୬ ତାରିଖରେ ଗାଁକୁ ଛୁଟିରେ ଆସିଥିବା ବେଳେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନାଥାଉକି, ସେ ସୋରଡା ପଟୁ ନିଜ ଗାଁକୁ ଆସୁଥିବା ବେଳେ ବିପରୀତ ଦିଗରୁ ଆସିକାରୁ ସୋରଡା ଅଭିମୁଖେ ଯାଉଥିବା ସାଇ କ୍ରିଷ୍ଣା ନାମକ ଘରୋଇ ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବସ୍ ଓ ଡ୍ରାଇଭର କୁ ଅଟକ ରଖିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ଆସିକା ମେଡିକାଲକୁ ପଠାଇଛି ।

ଏପଟେ ମୃତ ଯବାନଙ୍କ ଏକ ରିଲସ ଭିଡିଓ ମୃତ୍ୟୁର କିଛି ସମୟ ପୂର୍ବର ସୋସିଆଲ ମିଡିଆରେ ଅପ୍‌ଲୋଡ଼ ହୋଇଥିବା ଦେଖିବାକୁ ମିଳିଛି । ମୃତ୍ୟୁର କିଛି ସମୟ ପୂର୍ବରୁ ବାଇକରେ ଯାତ୍ରା କରୁଥିବା ବେଳେ ଭିଡିଓ ସୁଟ କରିଥିଲେ । ସେହି ଭିଡିଓକୁ ସୋସିଆଲ ମିଡ଼ିଆରେ ଲୋଡ଼ କରିଥିଲେ ।

you can also read...

wp:embed {"url":"https://www.prameyanews7.com/police-detained-master-mind-in-ossc-question-paper-leak/","type":"wp-embed","providerNameSlug":"prameya-news-7"}
https://www.prameyanews7.com/police-detained-master-mind-in-ossc-question-paper-leak/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.