ରାସ୍ତା ନଥିବାରୁ ହସ୍ପିଟାଲରେ ପହଞ୍ଚିପାରିଲେନି ଗୁରୁତର ଯବାନ ; ଚାଲିଗଲା ଜୀବନ, ବଞ୍ଚାଇବାକୁ ବହୁ ପ୍ରୟାସ କରିଥିଲେ ସହକର୍ମୀ

Published By : Prameya-News7 Bureau | August 01, 2019 IST

ମାଲକାନଗିରି ୧|୮:  ସାଥୀ ଯବାନଙ୍କୁ ବଞ୍ଚାଇବାକୁ ପ୍ରୟାସ । ଗତକାଲି ମାଲକାନଗିରି ଜିଲ୍ଲାରେ ଜଣେ ଯବାନଙ୍କ ସହିଦ ହେବାର ଖବର ଆସିଥିଲା । ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ଯବାନ ରୋଶନ କୁମାର ସହିଦ ହୋଇଥିଲେ । କିନ୍ତୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇନଥିଲା । ଗୁରୁତର ହୋଇପଡିଥିବା ରୋଶନଙ୍କୁ ବଞ୍ଚାଇବା ପାଇଁ ସାଥୀ ଯବାନ କେମିତି ଲାଗି ପଡିଥିଲେ ତାହା ଦେଖିବାକୁ ମିଳିଛି ।

{"id":139601}

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ରୋଶନ କୁମାର ଗୁରୁତର ହୋଇଥିଲେ । କାଳ ବିଳମ୍ବ ନକରି ଯବାନଙ୍କ ଜୀବନ ବଞ୍ଚାଇବାକୁ କାନ୍ଧରେ ବୋହି ଜଙ୍ଗଲ ବାଟରେ ଧାଇଁଥିଲେ ଅନ୍ୟ ସାଥୀ ଯବାନ । କିଛି ବାଟ ପରେ ଏକ ନଦୀ ପଡିଥିଲା । ବର୍ଷାରେ ଭିଜି ଭିଜି କେମିତି ଭରା ନଈ ପାରି କରୁଛନ୍ତି ଅନ୍ୟ ସିଆରପିଏଫ ଯବାନ ସେ ଦୃଶ୍ୟ ଟିକେ ଦେଖନ୍ତୁ ।

{"id":139602}

କିନ୍ତୁ କଷ୍ଟ ପରେ ବି ଯବାନ ରୋଶନ କୁମାରଙ୍କୁ ବଞ୍ଚାଇ ପାରିନଥିଲେ ସାଥୀ ଯବାନ । ସ୍ବାଧିନତାର ଏତେ ବର୍ଷ ପରେ ବି ଅନେକ ଅଞ୍ଚଳକୁ ରାସ୍ତା ନାହିଁ । ଗାଡି ଘୋଡା ଯିବା ତ ଦୂରର କଥା ଚାଲିକି ଯିବା ବି କଷ୍ଟକର । ଯଦି ରାସ୍ତା ଭଲ ଥାଆନ୍ତି ଆଉ ଆମ୍ବୁଲାନ୍ସଟେ ମିଳିଥାନ୍ତି ହୁଏତ ଜଣେ ବୀର ଯବାନଙ୍କୁ ଆମେ ହରାଇ ନଥାନ୍ତେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.