scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୧୭ ଦିନରେ ଇତିହାସ ରଚିଲା ‘ଜୱାନ’, ହେଲା ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ, ଭାଙ୍ଗିଲା ‘ପଠାନ’ର ରେକର୍ଡ

23/09/2023 at 9:04 PM

ନୂଆଦିଲ୍ଲୀ: ଶାହରୁଖ ଖାନ୍‌ ଅଭିନୀତ ଫିଲ୍ମ ‘ଜଓ୍ବାନ’ ବକ୍ସ ଅଫିସ୍‌ରେ ରାଜ୍‌ କରୁଛି। ଫିଲ୍ମ ରିଲିଜ୍‌ ହେବାର ମାତ୍ର ୧୬ ଦିନରେ ‘ଗଦର ୨’ର ଲାଇଫଟାଇମ୍‌ କଲେକ୍ସନକୁ ଟପିଛି। ଅବଶ୍ୟ ଏହାରି ମଧ୍ୟରେ ‘ଜଓ୍ବାନ’ର ଆୟ କମିଛି। ଗତ ଦୁଇ ଦିନ ଫିଲ୍ମର ଆୟରେ ହ୍ରାସ ଦେଖିବାକୁ ମିଳିଥିବାବେଳେ ଶନିବାର ପୁଣି ବୃଦ୍ଧି ଦେଖାଦେଇଛି।

ରିଲିଜ୍‌ର ଦ୍ବିତୀୟ ସପ୍ତାହରେ ଫିଲ୍ମର ଆୟ ପ୍ରତିଦିନ କମିଥିଲେ ବି ଜଓ୍ବାନ ଆୟରେ ଅନେକ ରେକର୍ଡ ନିଜ ନାଁରେ କରିଛି। ରିଲିଜ୍‌ର ୧୬ ଦିନରେ ଫିଲ୍ମ ଗଦର ୨ ରେକର୍ଡ ଭାଙ୍ଗିଛି। ପ୍ରକୃତରେ ଜଓ୍ବାନ ୧୬ ଦିନରେ ୭ କୋଟି ଟଙ୍କା ଆୟ ସହ ଗଦର ୨ର ସମୁଦାୟ କଲେକ୍ସନ ୫୩୨.୯୩ କୋଟି ଟଙ୍କାକୁ ପଛରେ ପକାଇଛି। ସେହିଭଳି ଏବେ ‘ଜଓ୍ବାନ’ର ରିଲିଜ୍‌ର ୧୭ତମ ଦିନର ଆୟ ପ୍ରାରମ୍ଭିକ ତଥ୍ୟ ଆସିଛି ଯାହା ଅନୁଯାୟୀ ତୃତୀୟ ଶନିବାର ଫିଲ୍ମରେ ଆୟରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଏବେ ବି ସାରା ବିଶ୍ଵରେ ‘ଜୱାନ’ର କ୍ରେଜ୍‌,  ଖୁବ୍‌ ଶୀଘ୍ର ଛୁଇଁବ ୧୦୦୦ କୋଟି

ରିପୋର୍ଟ ଅନୁଯାୟୀ ୧୭ ଦିନରେ ଫିଲ୍ମ ୧୨ କୋଟି ଆୟ କରିଛି। ଏହା ସହ ୧୭ ଦିନରେ ସୁମଦାୟ ଆୟ ଏବେ ୫୪୫.୫୮ କୋଟି ହୋଇଛି। ଏମିତିକି ଜଓ୍ବାନ ପଠାନର ୫୪୩.୫ କୋଟି ଲାଇଫଟାଇମ୍‌ କଲେକ୍ସନକୁ ମଧ୍ୟ ପଛରେ ପକାଇଛି। ଆଉ ଏହା ସହ ‘ଜଓ୍ବାନ’ ପୁଣି ଥରେ ଇତିହାସ ରଚିଛି ଏବଂ ବଲିଉଡର ସବୁଠୁ ଅଧିକ  ଆୟ କରିଥିବା ଫିଲ୍ମ ତାଲିକାରେ ଉପରକୁ ଆସିଛି। ଏବେ ଜଓ୍ବାନ ୬୦୦ କୋଟି ଆଡ଼କୁ ଅଗ୍ରସର ହେଉଛି।

   Related Posts