ଶାହାରୁଖଙ୍କ ଫିଲ୍ମକୁ ବ୍ଲକ୍ବଷ୍ଟର କରିଦିଅନ୍ତି ଦୀପିକା, ଅଭିନେତ୍ରୀ ନିଜକୁ କହିଲେ ଲକି ଚାର୍ମ…
15/09/2023 at 11:16 AM

ମୁମ୍ଵାଇ ୧୫।୦୯: ବର୍ତ୍ତମାନ ବକ୍ସ ଅଫିସରେ ଶାହରୁଖ ଖାନଙ୍କ ଫିଲ୍ମ ଜୱାନ ହଇଚଇ ସୃଷ୍ଟି କରୁଛି। ଏହି ଚଳଚ୍ଚିତ୍ରଟି ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ରେକର୍ଡ କଲାଣି। ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଶାହାରୁଖଙ୍କ ଏହା ହେଉଛି ଦ୍ଵିତୀୟ ଚଳଚ୍ଚିତ୍ର। ପ୍ରଥମେ ପଠାନ୍ ଏବଂ ବର୍ତ୍ତମାନ ଜୱାନ୍ ।ଉଭୟ ଚଳଚ୍ଚିତ୍ର ସୁପରହିଟ୍ ହୋଇଛି। ଦୁଇଟି ଚଳଚ୍ଚିତ୍ରରେ ଏକ ବିଶେଷତା ଅଛି । ତାହା ହେଉଛି ଦୀପିକା ପାଦୁକୋନ୍ ।
ଦୀପିକା ପଠାନରେ ମୁଖ୍ୟ ଭୂମିକାରେ ନଜର ଆସିଥିବାବେଳେ ଜୱାନରେ ତାଙ୍କର କ୍ୟାମିଓରେ ଅଛନ୍ତି। ଜୱାନରେ ଦୀପିକାଙ୍କ ଚରିତ୍ରକୁ ମଧ୍ୟ ବହୁତ ପସନ୍ଦ କରାଯାଉଛି । ଦୀପିକା କୌଣସି ପ୍ରକାରରେ ଶାହାରୁଖଙ୍କ ପ୍ରତ୍ୟେକ ଚଳଚ୍ଚିତ୍ରରେ ଦେଖାଯାଆନ୍ତି । ଏବେ ଦୀପିକା ପାଦୁକୋନ ପ୍ରକାଶ କରିଛନ୍ତି ଯେ ପ୍ରତ୍ୟେକ ଥର ଏହା କାହିଁକି ଘଟେ।ଦୀପିକା ଏକ ସାକ୍ଷାତକାରରେ ଶାହାରୁଖଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କହିଛନ୍ତି। ବିଶେଷ କଥା ହେଉଛି ଦୀପିକା ଓମ୍ ଶାନ୍ତି ଓମ୍ ଫିଲ୍ମରେ ଶାହାରୁଖଙ୍କ ସହ ଡେବ୍ୟୁ କରିଥିଲେ। ସେବେଠାରୁ ଉଭୟ ଅନେକ ଫିଲ୍ମରେ ଏକାଠି ନଜର ଆସିଥିଲେ।
କହିଥିଲେ ଦୀପିକା କହିଛନ୍ତି ଯେ ସେ ଅନୁଭବ କରୁଛନ୍ତି ଯେ ଆମେ ପରସ୍ପରର ପାଇଁ ଲକି ଚାର୍ମ କିନ୍ତୁ ହେଲେ ସେମାନଙ୍କ ସମ୍ପର୍କ ତା’ଠାରୁ ବି ଗଭୀର । ସତ କହିବାକୁ ଗଲେ ଆମେ ଭାଗ୍ୟଠାରୁ ଆଗରେ ଅଛୁ। ଆମେ ପରସ୍ପର ଉପରେ ବହୁତ ବିଶ୍ଵାସ କରିବା ସହ ସମ୍ମାନ ମଧ୍ୟ ରହିଛି । ମୁଁ ଅଳ୍ପ ଲୋକମାନଙ୍କ ମଧ୍ୟରୁ ଯାହାକୁ ସହିତ ସେ ବେଶି ମିଶିଛନ୍ତି ।