ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !

Published By : Prameya-News7 Bureau | February 25, 2021 IST

ବଲାଙ୍ଗିର ୨୫।୨: ବଲାଙ୍ଗିର ବଡମାଲ ଗୋଳାବାରୁଦ କାରଖାନାରେ ଜଣେ ଡିଏସସି ଯବାନ ତଥା ସୁରକ୍ଷାକର୍ମୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ଯବାନ ଜଣଙ୍କ ଡ୍ୟୁଟିରେ ଥିବାବେଳେ ନିଜ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

{"id":414418,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଯବାନ ଜଣଙ୍କ ୪୭ ନମ୍ବର ବେଷ୍ଟନରେ କାମ କରୁଥିଲେ । ଯବାନ ଜଣଙ୍କ ପ୍ରତିଦିନ ଭଳି ନିଜ ଡ୍ୟୁଟିକୁ ଯାଇଥିଲେ ।  ଗୋଳାବାରୁଦ କାରଖାନାରେ କାର୍ଯ୍ୟ କରୁଥିବା ଡିଏସସି ଯବାନ ଜଣଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ସେ ନିଜ ସର୍ଭିସ୍ ବନ୍ଧୁକରୁ ୫ ରାଉଣ୍ଡ ଗୁଳି ଚଳାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣା ସମ୍ପର୍କରେ ପୋଲିସ କିଛି ସ୍ପଷ୍ଟ ସୂଚନା ଦେଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.