ଜାଭଲିନ ଫିଙ୍ଗାଳି କିଶୋର ଜେନାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ, ଦେଲେ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି

Published By : Prameya-News7 Bureau | September 02, 2023 IST

ଭୁବନେଶ୍ୱର: ବୁଡାପେଷ୍ଟରେ ନିକଟରେ ସଂପନ୍ନ ବିଶ୍ୱ ଆଥଲେଟିକ ଚାମ୍ପିଅନଶିପରେ ଓଡ଼ିଶା ପାଇଁ ଗୌରବ ଆଣିଥିବା କିଶୋର ଜେନାଙ୍କୁ ଶନିବାର ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଥଲେଟଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଥଲେଟ କିଶୋର ଜେନାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ବିଶ୍ୱ ଆଥଲେଟିକ ଚାମ୍ପିଅନିପର ଜାଭଲିନରେ ପ୍ରଥମ ଓଡ଼ିଆ ଭାବେ କିଶୋର ଫାଇନାଲ ଖେଳିବା ୮୪.୭୭ ମିଟର ଭାଲା ଫିଙ୍ଗି ଶ୍ରେଷ୍ଠ ୫ମ ସ୍ଥାନରେ ରହିଥିଲେ। ତାଙ୍କର ଏହି ସଫଳତା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନାର ସୂଅ ଛୁଟିବାରେ ଲାଗିଛି।  ଆଜି ଓଡ଼ିଶା କ୍ରୀଡା ବିଭାଗ ଦ୍ବାରା କଳିଙ୍ଗ ଷ୍ଟାଡିଅମ ପରିସରରେ କିଶୋରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

wp:heading {"level":4}

ଅଧିକ ପଢନ୍ତୁ- ଗୋଲ୍ଡେନ ବଏକୁ ସିଲ୍‌ଭର ମେଡାଲ; ଜୁରିଖ୍‌ ଡାଏମଣ୍ଡ୍‌ ଲିଗ୍‌ରେ ନୀରଜ ଫିଙ୍ଗିଲେ ୮୫.୭୧ ମିଟର ଥ୍ରୋ

/wp:heading

ଏହା ପୂର୍ବରୁ ଭାଲା ଫିଙ୍ଗା ପ୍ରତିଯୋଗିତାରେ କିଶୋର ଜେନା ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲେ। କିଶୋର ଜେନା ୮୦.୫୫ ମିଟର ଯାଏ ଭାଲା ଫିଙ୍ଗି ଫାଇନାଲରେ ନବମ ସ୍ଥାନ ହାସଲ କରିଥିଲେ।

ସୂଚନାଯୋଗ୍ୟ, ୨୭ ବର୍ଷୀୟ କିଶୋର ଜେନା ହେଉଛନ୍ତି ପୁରୀ ଜିଲ୍ଲାର ବାସିନ୍ଦା। ୨୦୨୩ ଜୁନରେ ଭୁବେନଶ୍ଵରରେ ଆୟୋଜିତ ନ୍ୟାସନାଲ ଚାମ୍ପିଅନସିପରେ ସେ ରୌପ୍ୟ ପଦକ ଜିତିଥିଲେ। ଚଳିତ ବର୍ଷ ଜୁଲାଇ ୩୦ରେ ଶ୍ରୀଲଙ୍କାରେ ଖେଳା ଯାଇଥିବା ପ୍ରତିଯୋଗିତାରେ ସେ ନିଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରି ୮୪.୩୮ ମିଟର ଯାଏ ଭାଲା ଫିଙ୍ଗିଥିଲେ। ଏହି ପ୍ରଦର୍ଶନ ବଳରେ ସେ ହଙ୍ଗେରୀର ବୁଡାପେଷ୍ଟରେ ଚାଲିଥିବା ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନଶିପ ୨୦୨୩ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

କିଶୋର ଜେନା ଭୁବନେଶ୍ୱର ସ୍ପୋର୍ଟ୍ସ ହଷ୍ଟେଲରେ ରହି କ୍ରୀଡ଼ା ଜୀବନ ଆରମ୍ଭ କରିଥିଲେ । ଯେଉଁଠି ସେ ରହି ପ୍ରଶିକ୍ଷଣ ନେଉଥିଲେ । ଆଜି ସେହି ସ୍ପୋର୍ଟ୍ସ ହଷ୍ଟେଲର ଶହ ଶହ ଆଥଲେଟଙ୍କ ଗହଣରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କ୍ରୀଡା ମନ୍ତ୍ରୀ, କ୍ରୀଡ଼ା ସଚିବ, କ୍ରୀଡ଼ା ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ରହି କିଶୋର ଜେନାଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.