ଛାତ୍ରଙ୍କ ବେକରୁ ବାହାରିଲା ଜାଭେଲିନ୍, ବାର୍ଷିକ କ୍ରୀଡା ବେଳେ ଘଟିଥିଲା ଅଘଟଣ

Published By : Prameya-News7 Bureau | December 17, 2022 IST

ବଲାଙ୍ଗୀର ୧୭/୧୨: ଶେଷରେ ଛାତ୍ରଙ୍କ ବେକରୁ ବାହାରିଲା ଜାଭେଲିନ୍ । ଡାକ୍ତରଖାନାରେ ଡାକ୍ତରମାନଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ବେକରୁ ବହୁ କଷ୍ଟରେ କଢାଯାଇଛି ଜାଭେଲିନ୍ । ଛାତ୍ରଟି ବର୍ତ୍ତମାନ ସୁସଲ୍ଥ ଥିବା ଜଣାପଡିଛି । ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଏବେ ଚିକିତ୍ସା ଜାରି ରହିଛି ।

ସେପଟେ ଘଟଣା ପରେ ବଲାଙ୍ଗୀର ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୋନ ଯୋଗେ କଥା ହୋଇଛନ୍ତି ନବୀନ । ଏହାସହ ଗୁରୁତର ଛାତ୍ରଙ୍କ ସହ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝୁଛନ୍ତି ।

ସୂଚନା ଥାଉକି, ବଲାଙ୍ଗୀର ଆଗଲପୁର ଗ୍ରାମର ବିଦ୍ୟାଳୟର ଚାଲିଥିଲା ବାର୍ଷିକ କ୍ରୀଡା ଉତ୍ସବ । ତେବେ ଖେଳ ସମୟରେ ଜାଭେଲିନର ଇଭେଣ୍ଟ ଚାଲିଥିଲା । ଏହି ସମୟରେ ସଦାନନ୍ଦ ମେହେରଙ୍କ ମୁହଁ ତଳେ ଆସି ପଶିଯାଇଥିଲା ଏହି ଜାଭେଲିନ । ସଂଗେ ସଂଗେ ସେଠାରେ ଶିକ୍ଷକ ଶିକ୍ଷୟିତ୍ରୀ ଏକତ୍ର ହୋଇ ସଦାନନ୍ଦଙ୍କୁ ବଲାଙ୍ଗୀର ଭୀମଭୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଆହତ ଛାତ୍ର ଜଣଙ୍କ ହେଉଛନ୍ତି ନବମ ଶ୍ରେଣୀର ଛାତ୍ର ସଦାନନ୍ଦ ମେହେର । ବଲାଙ୍ଗୀର ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏହି ଘଟଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.