ମିସେଲ୍‌ ଓବାମାଙ୍କୁ ଟ୍ଵିଟ୍‌ କଲେ ଜାଭେଦ୍‌ ଅଖତର, କହିଲେ-ମୁଁ ଆପଣଙ୍କ ଦିୱାନା ନୁହେଁ...

Published By : Prameya-News7 Bureau | October 08, 2022 IST

ମୁମ୍ଵାଇ ୦୮।୧୦: ଲେଖକ ଅର୍ଥାତ୍‌ କବି ଜାଭେଦ ଅଖତର। ସେ ସେହି ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ ଜଣେ ଯିଏ ଖୋଲାଖୋଲି ଭାବେ କଥା ହୁଅନ୍ତି । ଆମେରିକାର ପୂର୍ବତନ ପ୍ରଥମ ଲେଡି ମିସେଲ ଓବାମାଙ୍କୁ ଜାଭେଦ ଅଖତର ଏକ ବିଶେଷ ଅପିଲ୍‌ କରିଛନ୍ତି। ଯାହା ଉପରେ ଖୁବ୍‌ ଆଲୋଚନା ହେଉଛି। ମିସେଲ ବର୍ତ୍ତମାନ ତାଙ୍କ ପୁସ୍ତକ 'ଦି ଲାଇଟ୍ ୱେ କ୍ୟାରି'ର ପ୍ରଚାର କରୁଛନ୍ତି। ନଭେମ୍ବର ୧୫ରେ ପୁସ୍ତକ ରିଲିଜ୍ ହେବ। ଏହା ପୂର୍ବରୁ ମିସେଲ ୱାଶିଂଟନ୍ ଡିସି, ଫିଲାଡେଲଫିଆ, ଆଟଲାଣ୍ଟା, ଚିକାଗୋ, ସାନ ଫ୍ରାନ୍ସିସ୍କୋ ଏବଂ ଲସ୍ ଆଞ୍ଜେଲସ୍ ପରିଦର୍ଶନ କରିବେ। ତାଙ୍କ ବହିର ପ୍ରମୋସନ ସଂପର୍କରେ ମିସେଲ ଏକ ଟୁଇଟ୍ କରିଥିଲେ। ଯେଉଁଥିରେ ଜାଭେଦ ଅଖତର ତାଙ୍କୁ ନିବେଦନ କରିଛନ୍ତି।

ହ୍ଵାଇଟ ହାଉସକୁ ଫେରିବା ପାଇଁ ଜାଭେଦ ଅଖତର ମିସେଲଙ୍କୁ ନିବେଦନ କରିଛନ୍ତି। ଜାଭେଦ ଅଖତରଙ୍କ ଏହି ଟ୍ୱିଟ ଦେଖିବା ପରେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା। ବାସ୍ତବରେ, ମିସେଲ ଅକ୍ଟୋବର ୫ରେ ଟ୍ୱିଟ୍ କରିଥିଲେ ଯେଉଁଥିରେ ସେ ତାଙ୍କ ଯାତ୍ରା ବିଷୟରେ ସୂଚନା ଦେଇଥିଲେ । କହିଥିଲେ କି ସେ ତାଙ୍କ ଗସ୍ତ ସମୟରେ ତାଙ୍କର ବ୍ୟକ୍ତିଗତ କାହାଣୀ ବାଣ୍ଟିବେ। ତାଙ୍କୁ ସ୍ୱାଗତ କରିବା ପାଇଁ ଏଲେନ୍ ଡିଜେରେସ୍, ଗେଲ୍ କିଙ୍ଗ, ଏଲିଜାବେଥ୍ ଆଲେକ୍ସଜାଣ୍ଡାର୍ ଏବଂ କନନ୍ ଓବ୍ରାଇନ୍ ସହିତ ଅନ୍ୟମାନେ ହୋଷ୍ଟ କରିବେ।

{"width":835,"height":470}

ଜାଭେଦ୍ ଅଖତର ମିସେଲଙ୍କ ଟ୍ୱିଟରେ ଲେଖିଛନ୍ତି, 'ଡିଅର ମିସେଲ ଓବାମା, ମୁଁ ଜଣେ ଯୁବକ ପାଗଳ ପ୍ରଶଂସକ ନୁହେଁ କିନ୍ତୁ ମୁଁ ଭାରତର ଜଣେ ୭୭ ବର୍ଷ ବୟସ୍କ ଲେଖକ / କବି। ମୁଁ ଆଶା କରୁଛି କିଛି ଭାରତୀୟ ମୋତେ ଜାଣିବେ । ମ୍ୟାଡାମ୍ ଦୟାକରି ମୋର କଥାକୁ ଗମ୍ଭୀରତାର ସହ ନିଅନ୍ତୁ, କେବଳ ଆମେରିକା ନୁହେଁ ବିଶ୍ୱ ଆପଣଙ୍କୁ ହ୍ଵାଇଟ ହାଉସରେ ଦେଖିବାକୁ ଚାହୁଁଛି। ଆପଣ ଏହି ଦାୟିତ୍ଵରୁ ଦୂରେଇ ରହିବା ଉଚିତ୍ ନୁହେଁ ।

ମିସେଲ ୨୦୧୭ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସହ ହ୍ଵାଇଟ ହାଉସ ଛାଡିଥିଲେ। ଯିଏକି ତାଙ୍କ ସ୍ୱାମୀ ଅଟନ୍ତି। ଓବାମା ହ୍ବାଇଟ ହାଉସରେ ଦୁଇଟି କାର୍ଯ୍ୟକାଳ ପୂରା କରିଥିଲେ। ଆମେରିକାର ପ୍ରଥମ ଅସ୍ଵେତ ରାଷ୍ଟ୍ରପତି ଭାବରେ ଓବାମା ଇତିହାସ ସୃଷ୍ଟି କରିଥିବାବେଳେ ମିସେଲ ପ୍ରଥମ ଆଫ୍ରିକୀୟ-ଆମେରିକୀୟ ମହିଳା ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.