ଇଟାଲୀର ଝିଅ, କାଶୀର ପୁଅ: ଜର୍ଜିଆରେ ବିବାହ ପରେ ଜୌନପୁରରେ ପହଞ୍ଚିଥିଲେ ଦମ୍ପତ୍ତି
23/08/2023 at 4:14 PM

ଜୌନପୁର ୨୩/୦୮: ପ୍ରେମ ମାନେନି ସ୍ଥାନ କାଳ ପାତ୍ର । ମଣିଷ ଯେ କୌଣସି ସ୍ଥାନରେ ଯେ କୌଣସି ସମୟରେ ପ୍ରେମରେ ପଡ଼ିପାରେ । ଏହି କଥାର ଜୀବନ୍ତ ରୂପାୟନ ଦେଖିବାକୁ ମିଳିଛି ବାରଣାସୀର ଏକ ଶିବ ମନ୍ଦିରରେ । ବାରଣାସୀ ଜୌନପୁର ସ୍ଥିତ ତ୍ରିଲୋଚନ ମହାଦେବ ମନ୍ଦିରରେ ଏକ ନବ ବିବାହିତ ଯୋଡ଼ା ପହଞ୍ଚି ଥିଲେ । ଯାହାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା । କାରଣ ବିବାହିତଙ୍କ ମଧ୍ୟରେ ବର ଭାରତୀୟ ହୋଇଥିବା ବେଳେ କନ୍ୟା ଇଟାଲୀର ।
ସୂଚନାଥାଉକି, ବାରଣାସୀର କାରଖିୟାଁୱ ଗାଁ ଅଧିବାସୀ ଅଖିଳେଶ ବିଶ୍ୱକର୍ମା ୨୦୧୬ରେ ହୋଟେଲ ମ୍ୟାନେଜମେଣ୍ଟ କରିବା ପରେ କତାର ଚାଲି ଯାଇଥିଲେ । କତାର ଏୟାରୱେଜରେ କେବିନ କ୍ର୍ୟୁ ଭାବରେ କାମ କରୁଥିଲେ ଅଖିଳେଶ । ସେଠାରେ ଇଟାଲୀର ତାନିୟାଙ୍କ ସହ ତାଙ୍କର ଦେଖା ହୋଇଥିଲା । ତାନିୟା ଜଣେ ସ୍କୁଲ ଶିକ୍ଷୟିତ୍ରୀ । ଅଖିଳେଶଙ୍କ ଜନ୍ମଦିନ ପାର୍ଟିରେ ଉଭୟଙ୍କର ପ୍ରଥମ ଥର ଦେଖା ହୋଇଥିଲା ଓ ସେମାନେ ପ୍ରେମରେ ପଡ଼ିଥିଲେ । ପରସ୍ପରର ଅଧିକ ନିକଟତର ହେବାରୁ ଉଭୟ ଜର୍ଜିଆ ଠାରେ ବିବାହ କରିଥିଲେ ।
ତେବେ ଅଖିଳେଶଙ୍କ ଘର ବାରଣାସୀରେ ହୋଇଥିବାରୁ ଉଭୟ ତ୍ରିଲୋଚନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ମନ୍ଦିରରେ ଉଭୟଙ୍କୁ ବିବାହ ଲୁଗା ପିନ୍ଧିଥିବାର ଦେଖି ସେମାନ ବିବାହ କରୁଛନ୍ତି ବୋଲି ଭାବିଥିଲେ ସ୍ଥାନୀୟ ଲୋକେ । ପରବର୍ତ୍ତି ସମୟରେ ମନ୍ଦିରର ପୂଜକ ଏନେଇ ସ୍ପଷ୍ଟ କରିଥିଲେ । ତେବେ ଏହି ବିଦେଶୀ କନ୍ୟାକୁ ଦେଖିବା ପାଇଁ ମନ୍ଦିରରେ ଲୋକଙ୍କ ବେସ୍ ଭିଡ଼ ଜମିଥିଲା । ତାନିୟାଙ୍କ ଜନ୍ମ ଇଟାଲିରେ ହୋଇଥିବା ବେଳେ ସେ ଫିଲିପାଇନ୍ସରେ ବଡ଼ ହୋଇଥିଲେ । ଏବେ ତାଙ୍କ ପରିବାର ଆମେରିକାରେ ରହୁଛନ୍ତି । ବିଦେଶୀ ବୋହୁ ପାଇ ଅଖିଳେଶଙ୍କ ପରିବାର ମଧ୍ୟ ଖୁବ୍ ଖୁସି ଅଛନ୍ତି ।
you can also read…