କଟକ ସହରର ବ୍ୟାପିଲାଣି ଜଣ୍ଡିସ୍ ; କାଠଗଡା ସାହିରେ ୪୦ରୁ ଅଧିକ ଲୋକ ଆକ୍ରାନ୍ତ ଅଭିଯୋଗ
27/10/2018 at 9:47 AM

କଟକ ୨୭|୧୦: କଟକ ସହରର ବିଭିନ୍ନ ଅଞ୍ଚଳକୁ ବ୍ୟାପିଲାଣି ଜଣ୍ଡିସ । କେବଳ କାଠଗଡା ସାହିରେ ୪୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଅଭିଯୋଗ ଆସିଛି । ତିତଲି ପ୍ରଭାବରେ ହୋଇଥିବା ଲଗାଣ ବର୍ଷା, ପୁରା କଟକ ସହରକୁ ଜଳବନ୍ଦୀ କରିଦେଇଥିଲା । ଫଳରେ ପାଣି ପାଇପ୍ ଗୁଡିକ ସଂକ୍ରମିତ ହୋଇଯାଇଥିବା ଆଶଙ୍କା କରାଯାଉଛି । ଜନସ୍ବାସ୍ଥ୍ୟ ବିଭାଗ ତାର ଦାୟିତ୍ବ ଠିକରେ ତୁଲାଇ ନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।
ସେପଟେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି କଟକ ମହାନଗର ନିଗମ ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ । ଗତକାଲି ବେଶ୍ କିଛି ସମୟ ଧରି ଯନ୍ତ୍ରୀଙ୍କୁ ହଲ୍ଲାପଟା କରିଛନ୍ତି ଲୋକେ । ତେବେ ସ୍ଥିତି ବିଗୁଡିଥିବା ଦେଖି ଜଣ୍ଡିସ ନିରାକରଣ ପାଇଁ ଅଣ୍ଟା ଭିଡିଛି କଟକ ମହାନଗର ନିଗମ । ଆଜି ସିଏମସି କମିଶନର ସ୍ଥିତି ପରଖିବାକୁ ଯିବେ ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023