ସମ୍ବଲପୁରରେ ଆଉ ଜଣଙ୍କର ଜଣ୍ଡିସରେ ମୃତ୍ୟୁ
11/05/2018 at 6:23 AM

ଜଣ୍ଡିସରେ ସମ୍ବଲପୁରରେ ଆଉ ଜଣଙ୍କର ମୃତ୍ୟୁ । ମୃତକ ହେଉଛନ୍ତି ବରଗଡ ଜିଲ୍ଲା ତୁରୁଙ୍ଗା ଗାଁର ଅଲିପ କୁମାର ସାହୁ । ଅଲିପ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ପଦାର୍ଥ ବିଜ୍ଞାନର ଛାତ୍ର ଥିଲେ । ଏପ୍ରିଲ ମାସରେ ଜଣ୍ଡିସରେ ଆକ୍ରାନ୍ତ ହୋଇଥିଲେ ଅଲିପ । ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଜିଲ୍ଲାରେ ଜଣ୍ଡିସ ୩ଜଣଙ୍କର ଜୀବନ ନେଲାଣି । ପାଖାପାଖି ୧୦୭ ଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି । .
Related Posts
କିଶୋର ଜେନାଙ୍କୁ ଦେଢ଼ କୋଟି ପୁରସ୍କାର, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
4 October 2023