ପୁରୀ ୨୨।୮: ଅକ୍ଟୋବର ସୁଦ୍ଧା ସରିବ ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅବଢ଼ା ଯୋଜନା ସମୀକ୍ଷା ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି । ୩ ହଜାର ଭକ୍ତଙ୍କ ପାଇଁ ଦୁଇଟି ସ୍ଥାନରେ ହେବ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ । ରଘୁନନ୍ଦନ ଲାଇବ୍ରେରୀ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ଗୋପାଳତୀର୍ଥ ମଠ ଓ ନାରାୟଣୀ ମନ୍ଦିରର ପୁନରୁଦ୍ଧାର ହେବ ।
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଅବଢ଼ା ଯୋଜନାରେ ପୁରୀରେ ଅନେକ ଗୁଡ଼ିଏ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ଏହି ପ୍ରକଳ୍ପ କାର୍ଯ୍ୟ କିଭଳି ଚାଲିଛି ସେନେଇ ବୈଠକରେ ସମୀକ୍ଷା ହୋଇଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ, ରଘୁନନ୍ଦନ ଲାଇବ୍ରେରୀ, ମନ୍ଦିର, ପ୍ରଶାସନିକ କୋଠା, ତୀର୍ଥ ପୁଷ୍କରିଣୀ ସମେତ ଅନେକ ଗୁଡ଼ିଏ ପ୍ରକଳ୍ପ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା । ତେବେ ଅବଢ଼ା ଯୋଜନାରେ ଚାଲିଥିବା ଏହିସବୁ ପ୍ରକଳ୍ପ ଗୁଡ଼ିକର କାମ କିପରି ଚାଲିଛି ସେନେଇ ସମୀକ୍ଷା କରାଯାଇଛି । ବୈଠକରେ ଓବିସିସି ଅଧିକାରୀ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।
You Can Read :
wp:embed {"url":"https://www.prameyanews7.com/chance-of-thunder-and-lightning-with-rain-in-next-24-hours/","type":"wp-embed","providerNameSlug":"prameya-news-7"} /wp:embed